STORYMIRROR

Manas Ranjan Nayak

Abstract Classics Inspirational

3  

Manas Ranjan Nayak

Abstract Classics Inspirational

ଜୀବନର ଘୋଷଯାତ୍ରା

ଜୀବନର ଘୋଷଯାତ୍ରା

1 min
298

ଜରାୟୁରୁ ଜାତ ଜୀବନ ସ୍ପୁଲିଙ୍ଗ ମା'ର ଅମୃତ ଦାନ 

ଶୈଶବ କୈଶୋର ଯୌବନ ବାର୍ଧକ୍ୟ ସତେକି ମୋକ୍ଷର ପବିତ୍ର ସୋପାନ 

ଏନ୍ତୁଡିର କୁଆଁ ଠାରୁ ମଶାଣିର ନିଆଁ...ବ୍ଯାପ୍ତ ଏ ଜୀବନର ଘୋଷଯାତ୍ରା

କର୍ମବଳ ଥିଲେ ଧରମ ଅର୍ଜିଲେ ନିଶ୍ଚୟ କରିବୁ ତୁ ସ୍ବର୍ଗଯାତ୍ରା ।


ଶୁଭ ପ୍ରଣୟରୁ ଶୁଭ ବିଦାୟ ଯେ ଅଳିକେ ପରତି ହେଲା

ଜୀବନ ନାଆର ପଥିକ ଯେ ଆମେ

ଝଡ ବାତ୍ଯାକୁ କି ଡରିଯିବା? 

ବାଦଲ ଭାସିବ ରବି ଉକୁଟିବ ସ୍ବର୍ଣାଭ କିରଣ ବୁଣି

ଶୁଭ ଅଶୁଭର କୂଳ ଦେଇ ଆମେ ଯାତ୍ରା କରୁଥିବା ପୁଣି ।


ରାଗ ଅଭିମାନ ମାନ ଅପମାନ ସମ୍ପର୍କର ଇନ୍ଦ୍ରଧନୁ

ହସ ଲୁହ ଅବା ଖରା ଛାଇ ଖେଳ ହସୁଛି ଧରଣୀପେନୁ

ସ୍ନେହ ପ୍ରେମ ରଜ୍ଜୁ ବଳି ତୁହି ଥରେ ଭିଡିଦେ ଜୀବନର ନନ୍ଦୀଘୋଷ

କେଇ କୋଷ ଆଉ ବଡଦାଣ୍ଡ ପୁଣି ଛୁଟିଲେ ପିଣ୍ଡରୁ ନିଶ୍ବାସ ।


ତିନିରଥେ ବିଜେ ଚତୁର୍ଧାମୂରତି ଦେଖି ଚର୍ମ ଚକ୍ଷୁ ବିଗଳିତ

ଘୋଷଯାତ୍ରା ସଙ୍ଗେ ଚାଲିଯାଆନ୍ତି କି ଅଫେରା ବାଟରେ ମୁ ପତିତ

ମାୟା ପଟି ବାନ୍ଧି ବାଟବଣା ହେଲି ସଂସାରର ବଡଦାଣ୍ଡେ 

ବାଇସି ପାହାଚ ଚଢିବିକି ଥରେ ଜୀଇଁ ଥାଇ ମାଟିପିଣ୍ଡେ. ।








ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract