ଜୀବନର ଡଙ୍ଗା ଭସେଇ ନେଇଯା
ଜୀବନର ଡଙ୍ଗା ଭସେଇ ନେଇଯା
ଜୀବନର ଡଙ୍ଗା ଭସେଇ ନେଇଯା
ସୁଖ ଦୁଖ୍ ପାନିର ଧାରେ
ଆଖିର ପାନି ଯଦି ଆଖି ମର୍ବା
ମାରିନେବୁ ବାଜି ପାରେ।
ଜୀବନ ଲଢେଇ ଭିତ୍ରେ ଥାଇ
ଖାଉଥିବୁ ଖରା ପବନ୍
ସବୁ ସହିଯିବୁ ପଥରଟେ ହେବୁ
ଦେଖବୁ ସୁଖର ସପନ୍ ।
ସଂସାର ଭିତରେ ଘର୍ କରିଛୁ
ପଥର ପଢ଼ଲେ ସହେବୁ
ସହିକରି ଯଦି ଆଗକେ ବଢ଼ବୁ
ସବୁନେ ଜିତାପଟ୍ ହେବୁ।
ସୁଖ ପରେ ଦୁଖ , ଦୁଖ ପରେ ସୁଖ
ଚାଲିଛେ ଲୁକ୍ଲୁକାନି
ତାଙ୍କର ସଂଗେ ତୁଇ ଖେଳି ପ।ର୍ଲେ
ପଥରୁ ଝର୍ବା ପାନି।
ଜୀବନର ବାଟେ ଯେତେ ଆସ୍ଲେବି
ଧୁକା ପାଏଁନ ଯେତ୍କି ଯେତେ
ମହାଦାରୁ ବାଗିର୍ ଠିଆ ହେବୁ ଯଦି
ଫରକ୍ ନାଇଁ ପଡେ ତତେ।
ନିନ୍ଦା ଅପମାନ ତିରସ୍କାର ଆଉ
ସମାଜର ଯେତେ ଗାଲି
ସହିଗଲେ ସବୁ ଆପେ ମାଡ଼ିଯିବୁ
ହେବୁ ନାଇଁ କେଭେ ଭାଲି।
ଜୀବନର ରଥକେ ଚଳେଇଥିବୁ
କରୁଥିବୁ ସତ୍ କାମ
କିଏ ଭଲ ବଏଲେ ନାଇଁ ବଲୁ
ଅନ୍ତରତ୍ମା ତୋର ତତେ କର୍ବା ସନ୍ମାନ ।
ଜୀବନର ଡଙ୍ଗା ଭସେଇ ନେଇଯା
ସୁଖ ଦୁଖ ପାନିର୍ ଧାରେ
ଯେତେ କହେଲେ ବି ଜୀବନର ପାଠ
ଜାନିଥା କେଭେ ନାଇଁ ସରେ।