Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract Tragedy

4  

Rabindra kumar Sahoo

Abstract Tragedy

ଜୀବନର ଚଲାପଥେ

ଜୀବନର ଚଲାପଥେ

1 min
365


ଜୀବନର ଚଲାପଥେ

ଅନେକ କଣ୍ଟା

ତଥାପି ମଣିଷ କହୁଛି

ମୁଁ ନିଷ୍କଣ୍ଟକ ।


ଜୀବନର ଚଲାପଥେ

 ଅନେକ ଦୁଃଖ ଓ ବିଷାଦ

 ମଣିଷ ଭାବୁଛି ସେ

 ଭୋଗୁଅଛି ଆନନ୍ଦ ।

    

  ଜୀବନର ଚଲାପଥେ

  କେତେ ଘାତ ପ୍ରତିଘାତ

  ମନୁଷ୍ୟ କୁହେ ମୁଁ

  ମୋ ଜୀବନେ କେବେ

  ପାଇନି ଆଘାତ ।


  ଜୀବନର ଚଲାପଥେ

  ଆସେ କେତେ ଯେ ସଂଘର୍ଷ

  ବନ୍ଧୁ ପାଶେ ବଦନ ତା

  ଦେଖାଏ ହର୍ଷ ଉଲ୍ଲାସ ।


  ଜୀବନର ଚଲାପଥେ

  ଆସେ କେତେ ଯେ

  ମୁହୂର୍ତ୍ତ ବିରହର

  ଘୁମୁରି ଘୁମୁରି କାନ୍ଦି ଅନ୍ତରେ

  ସଭିଙ୍କୁ ଦେଖାଏ ତା

  ହୃଦୟ ଓ ମନ ପରିପୂର୍ଣ୍ଣ ହର୍ଷର ।


  ଜୀବନର ଚଲାପଥେ

  ଯଦି ଭରା ଏତେ ଖାଲ ଖମା

  ଅନ୍ତରଙ୍ଗ ବନ୍ଧୁ ବାନ୍ଧବୀ କିମ୍ପା

  ବନ୍ଧୁ ପାଶେ ନ ଖୋଲନ୍ତି

  ତାଙ୍କ ଜୀବନ ଯାତ୍ରା ର 

  ବେଦନା ଭରା କାହାଣୀ ଜମା ।


  ଜୀବନର ଚଲାପଥେ

  ସଙ୍ଗ ଦେବା ପାଇଁ

  ନ ମିଳନ୍ତି କି କେହି

  ବିଶ୍ଵସ୍ତ ସାଥୀ

  ନା ଏ ସ୍ଵାର୍ଥପର ଦୁନିଆଁରେ

  ସଭିଏଁ ସୁଖର ସାରଥୀ ।


  ଜୀବନର ଚଲାପଥେ

  ଖାଲି କ'ଣ ମିଳନ୍ତି

  ଅବିଶ୍ଵାସୀ ମଣିଷ

  ତେବେ ଦିନ ରାତି

  ହେଉଛି କିପରି

  ଚାଲିଛି କିପରି 

  ଏ ସଚରାଚର ବିଶ୍ଵ ।


  ଜୀବନର ଚଲାପଥେ

  ସଭିଏଁ କ'ଣ ବିଷାକ୍ତ

  ସଭିଙ୍କ ମନ ଓ ହୃଦୟ

  କ'ଣ କଳୁଷିତ

ନଦୀ ଯେବେ ମିଶେ ସାଗରରେ 

  ନଦୀ ଜଳ ଅବଶ୍ୟ ହୁଏ ଲବଣାକ୍ତ

  ହେଲେ ସେ ଜଳ ନୁହେଁ ତ ବିଷାକ୍ତ

  ତିକ୍ତତା ଓ ମଧୁରତା କୁ ନେଇ

  ଆମ ସଭିଙ୍କ ଜୀବନ ଗଠିତ

  ଜୀବନର ଚଲାପଥେ

  ସଭିଏଁ ନୁହଁନ୍ତି ବିଷାକ୍ତ

  ଅନ୍ଧକାର ନୁହେଁ ସବୁ ମୁହୂର୍ତ୍ତ ।   


Rate this content
Log in

Similar oriya poem from Abstract