ଜୀବନର ବାସ୍ତବତା
ଜୀବନର ବାସ୍ତବତା
ପାଚେରୀ ସଦୃଶ
ଏ ଜୀବନ ର ବାସ୍ତବତା
ଦୃଢ଼ ଦଣ୍ଡାୟମାନ ହୋଇ ରହିଛି
ତୁମର ମୋର ମଧ୍ୟରେ ।
କାଳ୍ପନିକତା ରେ
ତୁମକୁ ଭେଟି ତ ପାରେ
କିନ୍ତୁ ବାସ୍ତବତା ରେ
ସେ ପାଚେରୀ କୁ ଡେଇଁ
ମୁଁ ତୁମ କୁ ସ୍ପର୍ଶ କରିପାରେନି ।
ସ୍ଵପ୍ନ ରାଇଜ ରେ
ଆଶାର ତୋରଣ ତ ଦେଖା ଯାଏ
କିନ୍ତୁ ବାସ୍ତବତା ର
କୁଟୀର ରେ ମୋର
ତୁମକୁ ସ୍ଥାନ ଦେଇ ପାରେନି ।
ତାତ୍ସଲ୍ୟକର ଏ ସମାଜ
ଜୀବନ କୁ ଏତେ
ଜଟିଳ କରିପକାଏ
ତାର ଚରିତ ବର୍ଣ୍ଣନା
ଅତ୍ୟନ୍ତ ଅବାନ୍ତକର ।
ଅତ୍ୟନ୍ତ ଅବାନ୍ତକର
ତାଙ୍କର ବର୍ଣ୍ଣନା ଚାତୁରୀ
ଯାହା ସେମାନେ
ପ୍ରେମ କୁ ନେଇ କରନ୍ତି ।
ବିଶାଳତା ନୀଳନଭର
ପ୍ରାନ୍ତ ଦେଶ ରେ
ମନ ଏକ କ୍ଷୁଦ୍ର ଖଗ ସାଜି
ଉଡ଼ି ବୁଲେ କାହିଁ କେତେ ଦୂରାନ୍ତକୁ ।
ଉଡ଼ିବାର ଅକାଂକ୍ଷାରେ
ଉଡି ତ ଯିବ କିନ୍ତୁ
ଦିଗ ହରା ର ଭୟ ବି
ଛାତି କୁ ଥରାଇଦିଏ ।
ହଁ ମୁଁ ଜାଣିଛି ପଥ ରେ
ଚାଲି ଚାଲି ଗଲେ
ଆଗତ ଚିତ୍ର ଯେଉଁ
ମନୁଷ୍ୟ ସମ୍ମୁଖରେ ଥାଏ ।
କିନ୍ତୁ ସମାଜ ଆଉ
ପରିସ୍ଥି ର ବେଢି
ଏତେ ଶକ୍ତ ଯେ
ତାକୁ ଚ୍ଛିନ୍ନ କରି ଉଡ଼ିଯିବା
ମୋ ପକ୍ଷରେ ଅସମ୍ଭବ ।
ଅସମ୍ଭବ ତ ମୋର ସ୍ଵପ୍ନ ସାକାର
ମୋର ହୃଦୟ ର ମଣିଷକୁ
ସାଥିରେ ପାଇବା
ଅସମ୍ଭବ ପ୍ରତୀତ ହେଉଛି ସବୁ ।
କଣ ସମୟ ସାଙ୍ଗକୁ
ସବୁ ବଦଳି ଯାଏନି କି
ମୁଁ କିନ୍ତୁ ସେ ସମୟ କୁ
ଅପେକ୍ଷା କରିଛି।
ସେଇ ଛୋଟ କୁଟୀର ମଧ୍ୟରେ
ମୋର ସବୁ ଆଶା ଅକାଂକ୍ଷା
ଆଉ ମୋର ଲକ୍ଷ୍ୟ ସ୍ଥଳ ରେ
ପହଁଞ୍ଚିବା ର ଯେତେ ସବୁ
ସ୍ମୃତି ସାଇତା କରି ରଖିବି ।
