Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ଜୀବନକୁ ମିଳୁ ରାହା

ଜୀବନକୁ ମିଳୁ ରାହା

1 min
174



ତୁମେ ଆଦ୍ୟାଶକ୍ତି ନିତ୍ୟ ସନାତନୀ

ସବୁଜ ସତ୍ୟ ସୁନ୍ଦର

ଅନୁପମା ତୁମେ ମାତୃ ସ୍ୱରୂପିଣୀ

ଜୀବନର ସୂତ୍ରଧର ।


ସୁକୋମଳ କୋଳ ସବୁଜିମା ଭରା

ଫଳଛାୟା ସମନ୍ବିତ

ହରିନିଏ ମନ ସୁଷମା ମାଧୁରୀ

ସୌନ୍ଦର୍ଯ୍ୟ ବର୍ଣ୍ଣନାତୀତ । 


ତୁମ କୃପା ବଳେ ହସେ ବିଲବନ

ଜୀବନ ହୁଏ ଉନ୍ମେଷ

ଉପୁଜେ ଫସଲ ସମୁଦ୍ଭବେ ଶସ୍ୟ

ସୁବାସ ସୁମନ ହସ ।


ତୁମେ ମମତାର ଅମୃତ ନିର୍ଝର

ସ୍ନେହ ପ୍ରେମ ସୁମଧୁର

ମଧୁମୟ ତୁମେ ଜୀବନ ସଙ୍ଗୀତ

ଶବ୍ଦ ଲୟ ତାଳ ସ୍ୱର ।


ତୁମେ ଗତି ମୁକ୍ତି ସୃଷ୍ଟିର ଆଧାର

ଜଗତ ଜନନୀ ମାଆ

ଭରିଦିଅ ପ୍ରାଣେ ସବୁଜିମା ଶାନ୍ତି

ଜୀବନକୁ ମିଳୁ ରାହା ।


Rate this content
Log in

Similar oriya poem from Inspirational