ଜୀବନ
ଜୀବନ
କେବେ ଫଗୁଣର ମହକ ତ କେବେ ବୈଶାଖାର ଝଡ଼
କେବେ ବସନ୍ତର ପୁଲକ ତ
କେବେ ଶ୍ରାବଣ ର ଧାର
ଏମିତି ଜୀବନ ଟା ସରିଯାଏ
ମାନ ଅଭିମାନ ସୁଖ ଦୁଃଖ ଭିତରେ
ସମ୍ପର୍କ ସବୁ ପଛ ରେ ରହିଯାଏ ।
ମୋର ବୋଲାଉଥିବା ଆତ୍ମୀୟ
ମିଛ ପ୍ରତିପତି ତୁଚ୍ଛା ବଡିମା ଉପହାସ କରେ
ଶୂନ୍ୟତାରେ ଆସିବା,
ଶୂନ୍ୟତାରେ ଯିବା
ମଧ୍ଯର ଅଭିନୟ କଣ ଜୀବନ
ବୋଧ ହୁଏ ।
