STORYMIRROR

Yudhisthir Khamari

Abstract

2  

Yudhisthir Khamari

Abstract

ଜୀବନ

ଜୀବନ

1 min
160

ଚିମୁଟାର ଶକ୍ତ ଆବଦ୍ଧ ଭିତରେ

ଉଚ୍ଚତାପମାନ ଆଉଟି ହୁଏ

ପୋଡିଯାଏ ସମସ୍ତ କଳୁଷ

ସ୍ବପ୍ନ ଥାଏ ଅଳଙ୍କାର ସାଜି

କୋଉ ସୁନ୍ଦରୀ ରମଣୀ ବେକରେ ଝୁଲିବାକୁ

ଦୁଃଖ ନ ଥାଏ ପୋଡିବାର ଜ୍ୱାଳାର

ଜ୍ବାଳାକୁ ସହ୍ୟ କରେ ବୋଲି ତ ତା ନାଁ ସୁବର୍ଣ୍ଣ

ଆଦରଣୀୟ ହୁଏ ସବୁଠି

ମାଟି, ମଡା ଖାଏ ଖେଞ୍ଚା ଖାଏ

ସହିଯାଏ ଚାପୁଡା ମାଡକୁ

ନୀରଵରେ ଶାନ୍ତ ହୋଇ ପିଠି ପାତିଦିଏ

ତହିଁ ପାଇଁ ସିନା

ଦୃଶ୍ୟରେ ହେଉ ବା ଅଦୃଶ୍ୟରେ

ଏକ ଲାବଣ୍ୟର ଜନ୍ମ ନିଏ

ପୂଜାପାଏ ‌‌‌‌‌‌‌ମାନବ ନିକଟେ

ଏଇ ତ ଜୀବନ

ଜୀବନ ରାସ୍ତାରେ ଝଡ ଝଞ୍ଜା ଟାଳି ଦେଇପାରେ

ମହାବାତ୍ୟା ଆସି ମୂଳୋତ୍ପାଟନ କରିବାର ପ୍ରୟାସ କରିପାରେ

ଜନ୍ମ ମୃତ୍ୟୁ ର ଆଶା ଆକାଂକ୍ଷା କୁ ଦୋହଳାଇ ଦେଇପାରେ

ମାତ୍ର ମୁଣ୍ଡପାତି ସବୁ ସହିଯିବାରେ ବଞ୍ଚିବ ଜୀବନ

ତମକୁ ଜଣା ଅଛି ନାଁ

ଚିରସ୍ଥାୟୀ ନୁହେଁ ଅଳିକ ସଂସାରେ

ଆସିବ ପୁଣି ଚାଲିଯିବ

ସେହି ପ୍ରାଣଘାତୀ ଝଡଝଞ୍ଜା

ସ୍ଥିତପ୍ରଜ୍ଞ,ଯୁଧିସ୍ଥିର ହେଲେ ହିଁ

ରହିବ ଜୀବନ

ଏମିତି ଦେଖିଲେ ଜୀବନ କିଛି ନୁହେଁ

ଦୁଃଖ ବିଷାଦରୁ ଆନନ୍ଦ କୁ ସାଉଁଟିବା

ତ ଜୀବନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract