ଜୀବନ
ଜୀବନ
ଜୀବନ ଏକ ଅନୁଭବ
ମାନ ଅପମାନ
ଅଭିଜ୍ଞ ଅନଭିଜ୍ଞ
ବୀଜଟିଏ ବୃକ୍ଷ ହୋଇ
ଅତିକ୍ରମ କରେ
ଅସରନ୍ତି ପଥ
ଲହୁକୁ ଲୁହକରି
ଅବିରାମ ଯୁଝିଥାଏ
ଯୁଦ୍ଧ ଜୀବନର
ନିଜେ ଗଢ଼େ
ନିଜେ ଭାଙ୍ଗେ
ବାଲିପରେ ପିଲା
ମନ୍ଦିର ଓ ମହଲ
ଗଢ଼ିଦେବା ପରି
ନିତି ଦଉଡ଼େ ସେ
ଅଫିସ୍ ଓ କଚେରି
ଏ ପାଖେ ସେ ପାଖେ
ଟହଲ ମାରେ
ସଂଧ୍ୟାରେ ଫେରିଆସେ
ସାଥିସହ ଖଟିକରେ
ଘରର ସଉଦା କିଣେ
ବାସ୍ ସେ ବୁଢ଼ା ହୁଏ
ଜୀବନ ଜଞ୍ଜାଳରେ
ଶୁଷ୍କ ନିର୍ମମ ଶଯ୍ୟାରେ
ଜୀବନଟା ସରେ
ବନ୍ଦ ରହୁଥିବା
କୋଠରୀ ମଧ୍ୟରେ।।