STORYMIRROR

Ajita Mishra

Thriller

3  

Ajita Mishra

Thriller

ଜୀବନ

ଜୀବନ

1 min
104

ଜୀବନ ଏକ ଅନୁଭବ

ମାନ ଅପମାନ

ଅଭିଜ୍ଞ ଅନଭିଜ୍ଞ

ବୀଜଟିଏ ବୃକ୍ଷ ହୋଇ

ଅତିକ୍ରମ କରେ

ଅସରନ୍ତି ପଥ

ଲହୁକୁ ଲୁହକରି

ଅବିରାମ ଯୁଝିଥାଏ

ଯୁଦ୍ଧ ଜୀବନର

ନିଜେ ଗଢ଼େ

ନିଜେ ଭାଙ୍ଗେ

ବାଲିପରେ ପିଲା

ମନ୍ଦିର ଓ ମହଲ

ଗଢ଼ିଦେବା ପରି

ନିତି ଦଉଡ଼େ ସେ

ଅଫିସ୍ ଓ କଚେରି

ଏ ପାଖେ ସେ ପାଖେ

ଟହଲ ମାରେ

ସଂଧ୍ୟାରେ ଫେରିଆସେ

ସାଥିସହ ଖଟିକରେ

ଘରର ସଉଦା କିଣେ

ବାସ୍ ସେ ବୁଢ଼ା ହୁଏ

ଜୀବନ ଜଞ୍ଜାଳରେ

ଶୁଷ୍କ ନିର୍ମମ ଶଯ୍ୟାରେ

ଜୀବନଟା ସରେ

ବନ୍ଦ ରହୁଥିବା

କୋଠରୀ ମଧ୍ୟରେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller