ଜୀବନ ଯାତ୍ରାରେ
ଜୀବନ ଯାତ୍ରାରେ
ଜୀବନ ଯାତ୍ରାରେ ପଥିକ ଟିଏ ମୁଁ
ଏଇ ଅନୁଭୂତି ଆଣେ
ଯେଉଁ କର୍ମକ୍ଷେତ୍ରେ ଥାଅ ନା କାହିଁକି
ସବୁ ତାଙ୍କ ନିୟନ୍ତ୍ରଣେ ।
ଯେ ଯେଉଁଠି ଅଛ ପ୍ରତି ମୁହୂର୍ତ୍ତରେ
ଭଗବତ ଶକ୍ତି ସତ୍ତା
ଉପଲବ୍ଧି ହୁଏ ପ୍ରତି ମଣିଷର
ରଚୟତା ସୃଷ୍ଟି କର୍ତ୍ତା।
ସେହି ଶକ୍ତି ସହ ସମ୍ପର୍କ ଯୋଡିବା
ଆମ ପକ୍ଷରେ ସମ୍ଭବ
ସମ୍ପର୍କ ଯେତିକି ନିବିଡ଼ ହୋଇବ
ଜୀବନ ହୋଇବ ଯୋଗ।
ଯୁକ୍ତ ଭାବନାରେ କର୍ମେ ଲିପ୍ତ ହେଲେ
ହଟିବ ଆପେ ବନ୍ଧନ
ଭଗବତ ଶକ୍ତି ସୁଧାରି ଆଣିବେ
କର୍ମ ମୁକ୍ତ ଯେ ଜୀବନ।
ପ୍ରାରବ୍ଧ ଅଚିରେ ଦୂରୀଭୂତ ହେବ
ଆତ୍ମା ର ହେବ ମିଳନ
ପରମ ଆତ୍ମନ ସେହି ଭଗବତ
ସ୍ୱଚ୍ଛଳ ରେ ଉତ୍ତରଣ।
ସେହି ଭଗବାନ ଶକତି ନିକଟେ
ଆତ୍ମ ନିବେଦନ କରି
ଯେତେଦିନ ଥିବା ସଂସାର ମଧ୍ୟରେ
ତାଙ୍କ ନାମ ନିତ୍ଯ ସ୍ମରି।
