STORYMIRROR

Hasyamayee Raj

Classics

3  

Hasyamayee Raj

Classics

ଜୀବନ ଓ ନଈ

ଜୀବନ ଓ ନଈ

1 min
430


ବହିଆସେ କାହିଁ କେତେ ଦୂରୁ ନଈ

କେତେ ଯେ ବନ୍ଧୁର ପଥ

ଅନାବନା ଗଛଲଟା

ଦେହରେ ଲୋଟେଇ

ଲକ୍ଷ ତାର ଗୋଟିଏ

ସାଗରେ ମିଶିବ ସେ ଯାଇ

ଚୋରାବାଲି ତା'ର ରୂପ ପଛେ

ନେଉ ଯେ ଚୋରାଇ

ସ୍ତୁପ ସ୍ତୁପ ବାଲିରେ

ଅସ୍ତିତ୍ବକୁ ଦେଉ ପଛେ ହଜେଇ, 

ଏତେ ସବୁ ରୂପର ବିଭବ

ସେ ସାଇତିଛି କାହା ପାଇଁ

ସେଇ ଟିକେ ସାର୍ଥକତା ପାଇଁ ତ

ଆସିଛି ସେ ଏତେବାଟ ଧାଇଁ

ଥରେ ସିଏ ସାଗରରେ

ମିଶିଗଲା ପରେ

ଆଉ ତାର ଫେରିବାର

ଆବଶ୍ୟକ ନାହିଁ କି

ରୂପର ଚମକ ଯେ ଲୋଡା ନାହିଁ,

ତା'ର ଲହଡି ଭିତରେ ତ

ସେ ନିଜକୁ ଦେଇଛି ଭିଜେଇ

ତାର ଶେଷ ଠିକଣାଟା

ଯାଇଛି ସେ ପାଇ

ଠିକ୍ ନଈ ପରି

ଜୀବନର ଅନୁଭବ

ଯାଏ ପୁଣି କହି

ସେଇ ଦିବ୍ଯ ମହାସ୍ରୋତରେ

ଲୀନ ହେବାପାଇଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics