ଜୀବନ ଓ ନଈ
ଜୀବନ ଓ ନଈ
ବହିଆସେ କାହିଁ କେତେ ଦୂରୁ ନଈ
କେତେ ଯେ ବନ୍ଧୁର ପଥ
ଅନାବନା ଗଛଲଟା
ଦେହରେ ଲୋଟେଇ
ଲକ୍ଷ ତାର ଗୋଟିଏ
ସାଗରେ ମିଶିବ ସେ ଯାଇ
ଚୋରାବାଲି ତା'ର ରୂପ ପଛେ
ନେଉ ଯେ ଚୋରାଇ
ସ୍ତୁପ ସ୍ତୁପ ବାଲିରେ
ଅସ୍ତିତ୍ବକୁ ଦେଉ ପଛେ ହଜେଇ,
ଏତେ ସବୁ ରୂପର ବିଭବ
ସେ ସାଇତିଛି କାହା ପାଇଁ
ସେଇ ଟିକେ ସାର୍ଥକତା ପାଇଁ ତ
ଆସିଛି ସେ ଏତେବାଟ ଧାଇଁ
ଥରେ ସିଏ ସାଗରରେ
ମିଶିଗଲା ପରେ
ଆଉ ତାର ଫେରିବାର
ଆବଶ୍ୟକ ନାହିଁ କି
ରୂପର ଚମକ ଯେ ଲୋଡା ନାହିଁ,
ତା'ର ଲହଡି ଭିତରେ ତ
ସେ ନିଜକୁ ଦେଇଛି ଭିଜେଇ
ତାର ଶେଷ ଠିକଣାଟା
ଯାଇଛି ସେ ପାଇ
ଠିକ୍ ନଈ ପରି
ଜୀବନର ଅନୁଭବ
ଯାଏ ପୁଣି କହି
ସେଇ ଦିବ୍ଯ ମହାସ୍ରୋତରେ
ଲୀନ ହେବାପାଇଁ
