STORYMIRROR

Rabindra kumar Sahoo

Abstract Tragedy

4  

Rabindra kumar Sahoo

Abstract Tragedy

ଜୀବନ ଜୀବିକା ଆମ

ଜୀବନ ଜୀବିକା ଆମ

1 min
336

ଜୀବନ ଜୀବିକା

ଆମ ବନ୍ଧା ପଡିଛି

ସରକାର ସରକାରୀ ଯୋଜନାର

ଅଂଶ ସାଜିଛି

ଜୀବନ ଜୀବିକା

ଆମ ବନ୍ଧା ପଡ଼ିଛି ।


ମା ମାଟି ଆଜି

ଆମ ବନ୍ଧା ପଡ଼ିଛି

ବିଦେଶୀ ପୁଞ୍ଜିପତି ଙ୍କ ପାଶେ

ଆମ ଶାସନ ପ୍ରଶାସନ କଳ

ଆଣ୍ଠୁ ମାଡିଛି ।


ନାରା ପରେ ନାରା ଖାଲି

ଦିଆ ଚାଲିଛି

ପ୍ରଗତି ଓ ବିକାଶର

ଡିଣ୍ଡିମ ପିଟା ଚାଲିଛି

ହେଲେ ଜୀବନ ଜୀବିକା

ଆମ ବନ୍ଧା ପଡ଼ିଛି ।


ସବୁ ସରକାରୀ ସଂସ୍ଥା

ଏବେ ବେସରକାରୀ ସଂସ୍ଥା ହାତେ

ଟେକା ଚାଲିଛି

ଠିକା ନିଯୁକ୍ତିରେ ଏ ଦେଶ ଚାଲୁଛି

ମଧ୍ୟବିତ୍ତ ଗରିବଙ୍କ ଜୀବନ ଜୀବିକା ସହ

ଖେଳ ଚାଲିଛି

ଜୀବନ ଜୀବିକା ଆମ ବନ୍ଧା ପଡ଼ିଛି ।


ଉଦ୍ୟୋଗପତି, ପୁଞ୍ଜିପତି ଓ ଶିଳ୍ପପତିଙ୍କ

ହାତେ ଏ ଦେଶ ବନ୍ଧା ପଡ଼ିଛି

ନେତା ମନ୍ତ୍ରୀ ଙ୍କ ମିଛ ନିର୍ବାଚନ ଚାଲିଛି

ଶାସନ ନାମେ ଶୋଷଣ ତନ୍ତ୍ରର

ବିକାଶ ହେଉଛି ।


କୃଷକ ଶ୍ରମିକ ମାନଙ୍କୁ

ଅଣ ଦେଖା କରାଯାଉଛି

ମହିଳାମାନଙ୍କ ସୁରକ୍ଷା ନାମେ

ମହିଳା ସଶକ୍ତିକରଣର

ମିଥ୍ୟା ପ୍ରତିଶ୍ରୁତି ଦିଆ ଯାଉଛି

ବଧୂ ନିର୍ଯ୍ୟାତନା ନାରୀ ନିର୍ଯ୍ୟାତନାର

ପ୍ରକୃତ ଚିତ୍ର ଏ ଦେଶେ

ଦେଖା ଦେଉଛି ।


କନ୍ୟା ଭୃଣ ହତ୍ୟାର ବନ୍ଯା ଛୁଟୁଛି

ଲିଙ୍ଗ ନିରୂପଣ କରି

ସ୍ତ୍ରୀ ପୁରୁଷ ଙ୍କ ମଧ୍ୟେ

ପାର୍ଥକ୍ୟ ଦିନୁ ଦିନ ବଢି ଚାଲିଛି

ଶିକ୍ଷା ସ୍ଵାସ୍ଥ୍ୟ ସମସ୍ୟା କୁ

ଆମ ସରକାରୀ କଳ

ଭୁଲି ଯାଇଛି ।


ଘରୋଇକରଣ କୁ ପ୍ରାଧାନ୍ୟ ଦେଇ

ଏ ଦେଶର ନେତା ମନ୍ତ୍ରୀମାନେ

ବାଃ ବାଃ ନେଉଛନ୍ତି

ଛାତ୍ର ଯୁବକ ବିଶୃଙ୍ଖଳିତ ହୋଇ

ନିଶାଖୋର ବେଶ୍ୟା ଖୋର

ହେବାକୁ ବାଧ୍ୟ ହେଉଛନ୍ତି ।


ସେବା ଓ ତ୍ୟାଗକୁ

ଆଜି ଏ ମଣିଷ ଭୁଲିଛି

ସମାଜ ସଂସ୍କାର ନାମେ

ଯୋଜନା ପରେ ଯୋଜନା

ଏ ସରକାର ଓ ସରକାରୀ କଳ

କରି ଚାଲିଛି

ହେଲେ ଆମ ଜୀବନ ଜୀବିକା

ଏବେ ପୁଞ୍ଜିପତି ଉଦ୍ୟୋଗପତି ଙ୍କ

ପାଶେ ବନ୍ଧା ପଡ଼ିଛି ।



Rate this content
Log in

Similar oriya poem from Abstract