Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidutprabha Mishra

Inspirational Children

4  

Bidutprabha Mishra

Inspirational Children

ଜୀବନ ହିଁ ଯନ୍ତ୍ରଣା

ଜୀବନ ହିଁ ଯନ୍ତ୍ରଣା

1 min
269



ଜୀବନ ମାନେ ତ ଯନ୍ତ୍ରଣା ବନ୍ଧୁ

ଯନ୍ତ୍ରଣା ନାହିଁ ତ ଜୀବନ ନାହିଁ 

ଜନନୀ ଯନ୍ତ୍ରଣା ପାଏ ବୋଲି ସିନା

ଶିଶୁ ଟିଏ ଖେଳେ ଆଲୋକ ଛୁଇଁ l


କେତେବେଳେ ମିଳେ ଦେହରେ ଯନ୍ତ୍ରଣା

କେତେବେଳେ ଭରେ ମନରେ କୋହ 

କେଉଁ ଯନ୍ତ୍ରଣାକୁ ସହି ହୁଏ ପୁଣି

କିଏ ସୃଷ୍ଟି କରେ ମରମେ ଦାହ l


ବୟସର ପ୍ରତି ସୋପାନେ ଯନ୍ତ୍ରଣା

କିଛି କହିହୁଏ କିଛି ଗୋପନ 

ଦେହର ଯନ୍ତ୍ରଣା ଆସିବା ପୂର୍ବରୁ

ଦୟାକରି ପ୍ରଭୁ ଦିଅ ମରଣ l


ଦେହ ଯନ୍ତ୍ରଣାକୁ ଔଷଧ ମିଳଇ

ମନ ଯନ୍ତ୍ରଣାକୁ ଔଷଧ ନାହିଁ 

ଏକା ଭଗବାନ ସାହାରା ହୁଅନ୍ତି

ତାଙ୍କ ନାମ ଏକା ଆଶ୍ରା ଅଟଇ l


କଷ୍ଟ ସହିଥିଲେ କୃଷ୍ଣ ଲାଭ ହୁଏ

ଏଇ କଥାଟିକୁ ମନରେ ରଖି 

ଯନ୍ତ୍ରଣା ର କଷ୍ଟ ସହ୍ୟ କରିଥିଲେ

ପୀୟୂଷ ଜୀବନେ ପାରିବା ଚାଖି l


ଯନ୍ତ୍ରଣା ଭରା ଜୀବନରେ ଆମ

ଏକା ଆଶ୍ରା ପ୍ରଭୁ ସେ କଳା ଦିଅଁ 

ତାଙ୍କ ପାଦତଳେ ଶରଣ ଯାଉଛି

ଯନ୍ତ୍ରଣା ସହିବା ଶକତି ଦିଅ ll



Rate this content
Log in

Similar oriya poem from Inspirational