Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ମହାପ୍ରଭୁ ଙ୍କ ତ୍ରିବିକ୍ରମ ବେଶ

ମହାପ୍ରଭୁ ଙ୍କ ତ୍ରିବିକ୍ରମ ବେଶ

1 min
332



ମହାପଞ୍ଚୁକର ତୃତୀୟ ଦିବସ 

  ତିଥି ଶୁକ୍ଳ ତ୍ରୟୋଦଶୀ l

ତ୍ରିବିକ୍ରମ ସଜେ ସଜ୍ଜିତ ହୋଇଲେ 

   ମହାପ୍ରଭୁ ବ୍ରହ୍ମରାଶି ll

ଆଡ଼ ବାଗେ ଠିଆ ଶିରେ ସ୍ବର୍ଣ୍ଣକିଆ 

  ସୁବର୍ଣ୍ଣ ଚନ୍ଦ୍ରିକା ଶୋଭା l

କଣ୍ଠେ କଣ୍ଠିମାଳ ଶିରେ ଶୋଭେ ଚୂଳ 

  ବେଶ ଅତି ମନଲୋଭା ll

ବଦନ ସୁନ୍ଦର, ଅଧର ସୁନ୍ଦର, 

   ସର୍ବାଙ୍ଗ ସୁନ୍ଦର ହରି l

ବେତ କନା ସୋଲ ଦିଶେ ଝଲ ମଲ 

   ଫୁଲ ଜମ୍ବୁରା ଓ ଜରି ll

ଐଶ୍ୱର୍ଯ୍ୟମୟ ପ୍ରଭୁ ଦୟାମୟ 

    ବିକ୍ରମ ରୂପ ପ୍ରକାଶି l

ସତ୍ୟଯୁଗେ ପ୍ରଭୁ ବାମନାବତାରେ 

   ବଳି ଦର୍ପ ଥିଲେ ନାଶି ll

ଅଦ୍ଭୁତ ବାମନ ରୂପେ ଭଗଵାନ 

   ବଳି ଦ୍ୱାରେ ବ୍ରହ୍ମଚାରୀ l

ତିନି ପାଦ ଭୂଇଁ ଦାନ ମାଗିନେଇ 

  ଐଶ୍ୱର୍ଯ୍ୟ ନେଲେ ହରି ll

ଦୁଇ ପାଦେ ଅଧ, ଉଧ ପୁରି ଗଲା 

   ତ୍ରିପାଦକୁ ଜାଗା କାହିଁ l

ନାଭି କମଳରୁ ତୃତୀୟ ପାଦକୁ ବଳି 

   ମୁଣ୍ଡେ ଦେଲେ ଥୋଇ ll

ଗରବ ଗଞ୍ଜିଲେ ବଳିକୁ ପେଷିଲେ 

  ପାତାଳରେ ଦେଇ ସ୍ଥାନ l

ଭକତ ବାନ୍ଧବ ବଳିଦ୍ୱାରେ ଦ୍ୱାର

   ପାଳ ହେଲେ ଭଗବାନ ll

ଜୟ ଜଗବନ୍ଧୁ ଜଗତର ବନ୍ଧୁ 

   ଦୀନବନ୍ଧୁ ଦଇତାରୀ l

ତବ ତ୍ରିବିକ୍ରମ ବେଶ ଦରଶନେ 

  ମନ ମୋର ଗଲା ପୁରି ll

ତୁମ୍ଭେ ଦୟାମୟ ଜଗତ ଆଶ୍ରୟ 

 ଆଶ୍ରୟ ଲୋଡ଼େ ଚରଣେ l

ମୂଢ଼ ମତି ଅତି ପ୍ରଭୁ ଲକ୍ଷ୍ମୀପତି 

  ଭିକ୍ଷା କରୁଣାରୁ କଣେ ll

     


Rate this content
Log in

Similar oriya poem from Inspirational