STORYMIRROR

Geetanjali Prusty

Inspirational

4  

Geetanjali Prusty

Inspirational

ମୋ ଦେଶ ଭାରତବର୍ଷ

ମୋ ଦେଶ ଭାରତବର୍ଷ

1 min
348


ଏଇ ମାଟି ମୋର ସୁନାର ଭାରତ

ରତ୍ନ ଭରା ବୀର ଭୂଇଁ

ଯା'କୋଳେ ଜନମି ଶତଶତ ବୀର

ପ୍ରାଣ ଦେଲେ ମାଆ ପାଇଁ ll


ସାଗର ଯାହାର ଗୁରୁ ଗମ୍ଭୀର

ପାହାଡ଼ ମୁକୁଟ ସମ

ମାଆ ମାଟି କୋଳେ ପାଉ ଅଛି ଶୋଭା

ଭାରତ ବର୍ଷ ଯା' ନାମ ll


ଅନିଳ ଯାହାର ବହେ ସୁଶୀତଳ

ପୁଲକିତ କରେ ପ୍ରାଣ

ସେଇ ମୋର ଦେଶ ଭାରତ ବରଷ

ତା'ର ପଦେ ନମଃ ନମଃ ll


ବକ୍ଷରେ ଯାହାର ଶୋହେ ମନ୍ଦାକିନୀ

ପୁଣ୍ୟତୋୟା ଜଳ ରାଶି

ପ୍ରାଣୀ କି ପାଦପ ପାନ କରି ମଧୁ

ସରବେ ହୁଅନ୍ତି ଖୁସି ll


ତାର ପାଦ ଧୂଳି ମଥାରେ ମୁଁ ବୋଳି

ପ୍ରୀତିର ସଙ୍ଗୀତ ଗାଇ

ହୃଦୟ ତନ୍ତ୍ରୀ ମୋ ଝଙ୍କୃତ ହେଉ

ବାଜି ଉଠୁ ସାହାନାଇ ll


ମନ ମନ୍ଦିରରେ ପ୍ରଜ୍ଜ୍ୱଳିତ ହେଉ

ଦେଶ ପ୍ରେମ ବହ୍ନି ଶିଖା

ଭାଇ ଚାରା ମନ୍ତ୍ର ତୁଣ୍ଡରେ ଉଚ୍ଚାରି

ଏକତା କରିବି ରକ୍ଷା ll


ମାତୃଭୂମି ମୋର ସବୁ ଅଳି ସହି

ସଦମ୍ଭେ ଧରିଛି ପ୍ରାଣ

ସେବାରେ ତାହାର ଦେବି ଏ ଜୀବନ

ନିଶ୍ଚୟ ହେବି ମୁଁ ଧନ୍ୟ ll


ସମୟ ସୁଅରେ ଜୀବନର ତରି

ନିରତେ ଯାଉଛି ଚଳି

ମାଆର କୋଳରେ ମୁଠାଏ ମାଟିରେ

ଚିତା ମୋର ଯାଉ ଜଳି ll  



Rate this content
Log in

Similar oriya poem from Inspirational