Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଜୟ ଶ୍ରୀ ଧବଳେଶ୍ୱର

ଜୟ ଶ୍ରୀ ଧବଳେଶ୍ୱର

1 min
288



ସହସ୍ର ବରଷ କଟକ ନଗର 

ଖ୍ୟାତ ଧବଳ ଟଗର l

ପାର୍ଶ୍ଵେ କୁଳୁ କୁଳୁ ବହେ ମହାନଦୀ 

ଅପରେ ଧବଳେଶ୍ୱର ll

ଉତ୍କଳ ଜାହ୍ନବୀ ବକ୍ଷେ ଶତ ଡଙ୍ଗା 

ଭକତେ ଯାଆନ୍ତି ମାଡ଼ି l

ବଡ଼ଓଷା ଆଜି ଧବଳେଶ୍ୱର ଙ୍କ 

ପୀଠକୁ ପିମ୍ପୁଡ଼ି ଧାଡ଼ି ll

ପୂରୁବ ଦିଗରୁ ଝୁଲା ପୋଲ ପରେ 

ଲୋକଭିଡ଼ ଝୁଲି ଝୁଲି l

ଶ୍ରୀ ଅନନ୍ତବାସୁଦେବ କୁଦ ପରେ 

ଲାଗିଛି ଭକ୍ତ ଗହଳି ll

ଧବଳ ଦେଉଳ ଡଉଲ ଡାଉଲ ତହିଁ 

ବିଜେ ଆଶୁତୋଷ l

ଗଜ ମଣ୍ଡା ଅଟକାଳି ନୈବେଦ୍ୟ ରେ 

ସନ୍ତୋଷ ଶ୍ରୀକୃତ୍ତିବାସ ll

ଶ୍ରୀ ଧବଳେଶ୍ୱର ସାକ୍ଷୀ ଦେଲେ ଦିନେ 

କଳା ଗାଈ ହେଲା ଧଳା l

ଧବଳ କୁଷ୍ଠ ରୁ କିଏ ଭାଇ ପୁଣି 

ପୂଜି ଆରୋଗ୍ୟ ଲଭିଲା ll

ଇତିହାସେ ବଜା ଧଳବଂଶ ରାଜା 

ଧବଳେଶ୍ୱର ଥାପିଲେ l

ପାଣ୍ଡବେ ଏଠାରେ ବନବାସ କାଳେ 

ପଣ୍ଡୁ ଓଷା କରିଥିଲେ ll

ଶ୍ରୀ ପ୍ରତାପରୁଦ୍ର ଉତ୍କଳ ନରେଶ 

ଥାପିଲେ ଦେଉଳ କାଳେ l

ବାଲିଯାତ୍ରା ସ୍ମୃତି ବାବାଙ୍କ ବିଭୂତି 

ପାଳିତ ହୁଏ ଉତ୍କଳେ ll

ସ୍ଵୟଂଭୂ ଶଙ୍କର ଶ୍ରୀ ଧବଳେଶ୍ୱର 

ଅକର୍ମ କର୍ମ ଦାୟକ l

ଆକୁଳେ ଡାକିଲେ ତତ୍କାଳେ ଉତ୍ତର 

ବାବା ଠାକୁର ପ୍ରତ୍ୟକ୍ଷ ll

ନିଶ୍ଚଳ ଭକ୍ତିରେ ବାବାଙ୍କୁ ପୂଜିଲେ 

କାଳେ ପୂର୍ଣ୍ଣ ମନସ୍କାମ l

ଅଳପେ ସନ୍ତୋଷ ବାବା ଆଶୁତୋଷ 

ପୁଣ୍ୟ ତାଙ୍କ ଦିବ୍ୟଧାମ ll

ଧବଳେଶ୍ୱରଙ୍କ କରୁଣା ଅପାର 

କୋଟି କୋଟି ଦଣ୍ଡବତ l

ପଙ୍ଗୁ ଲଂଘୁ ଗିରି ଅନ୍ଧ ଲଭେ ନେତ୍ର 

ଅପୁତ୍ରିକ ଲଭେ ପୁତ୍ର ll

ଜୟ ଜୟ କର ଶ୍ରୀ ଧବଳେଶ୍ୱର 

ଜୟ ଶଶାଙ୍କ ଶେଖର l

ହର ହର ହର ହଳାହଳ ପାଇ 

ସଂସାର ଦୂଷଣ ହର ll

     


Rate this content
Log in

Similar oriya poem from Inspirational