STORYMIRROR

Amit Bal

Romance Tragedy

3  

Amit Bal

Romance Tragedy

ଜୀବନ ହିଁ ସଂଘର୍ଷ

ଜୀବନ ହିଁ ସଂଘର୍ଷ

1 min
220

ସମ୍ଭାବନାମୟ ହେବ ଉତ୍ତରକାଳ

     ଭାବିଥିଲି  କେବେ ଦିନେ ମୋ ଜୀବନ,

ମୋ ପ୍ରତି ଯନ୍ତ୍ରଣାରେ ଭାଗିଦାର ଥିଲ

       ତମେ ହିଁ ଥିଲା ମୋ ଅନ୍ତିମ ସପନ ,


ସମୟକୁ ଜିଇଁବା ଶିଖାଇଲ ତମେ 

     ହାରି ହାରି ନୀତି ଚାଲିଥିଲି ମୁଁ ଯେବେ,

ମୋ ଆଖିରୁ ଲୁହ ପୋଛିଵାକୁ କହିଲ

       ମୁଁ କିନ୍ତୁ ବୁଝୁ ନଥିଲି ତମକୁ କେବେ ,


ମୁଁ ନିଜେ ନିଜକୁ ଶୁଣିବା ଅବସ୍ଥାରେ

        କ୍ଵଚିତ ରହୁଥିଲି ସେଦିନ ସବୁରେ

ଆବୋରି ଧରି ମୋ ଆୟୁଷ ନିଜ ହାତେ

      ଲଢିବା ଶିଖାଇଲ ତମେ ଧିରେ ଧିରେ,


କିଛି ଲୋଡିବାପଣ କିଛି ସ୍ନେହ ଶ୍ରଦ୍ଧା

      ଏତିକି ରେ ଥିଲା ତମ ଜୀବନ ବନ୍ଧା

ଆକାଶର ପାଣିଚିଆ ଜହ୍ନ ଦେଖିବି

      ଖୁସି ତମ ହେଉ ନଥିଲା କେବେ ଅଧା ,


ଭାରି ଇଛା ହୁଏ ଫେରି ଯିବାକୁ ଆଜି 

      ତମ ପାଶେ ଉଦବେଳିତ ଆବେଗରେ,

ବୁଲିବାକୁ ବେଫିକର ତମାମ ରାତି

      ତମ ହାତେ ହାତ ଛନ୍ଦି ପୁଣି ସେସହରେ  ।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance