STORYMIRROR

Bijay Prusty

Abstract

3  

Bijay Prusty

Abstract

ଜୀବନ ଗଣିତ

ଜୀବନ ଗଣିତ

1 min
272

କେହିଜଣେ ପଚାରିଲା

ଜୀବନଠୁ ମୃତ୍ୟୁର ଦୂରତ୍ୱ କେତେ

କ୍ଷୁଦ୍ର ମୁଣ୍ଡରେ ମୁଁ ଚିନ୍ତା କଲି

ଜୀବନତ ଜନ୍ମରୁ ଆରମ୍ଭ ହୁଏ

ଶେଷ ହୁଅ ମୃତ୍ୟୁର ଶେଯରେ

ତାହେଲେ ମୁଁ କେମିତି ମାପିବି

ଏ ଦୂରତ୍ୱ କେଉଁ ଏକକରେ

ବିକଳ ଦିଶିଲା ମୁହଁ ମୋର

ନିତିଦିନ ଦେଖୁଛି ମୁଁ ଜନ୍ମ

ନିତିଦିନ ଶୁଣୁଛି ମୁଁ ମୃତ୍ୟୁର ସଂଳାପ

ହେଲେ ଥରେହେଲେ ଭାବିିନି ମୁଁ

ମାପିବାକୁ ଜନ୍ମଆଉ ମୃତ୍ୟୁର ଦୂରତ୍ୱ

ଆଖିଆଗେ ଘଟିଥିବା, ଘଟୁଥିବା

ଘଟଣାର ଚିତ୍ରସବୁ ଆଙ୍କି ନେଲି

ମନ ସିଲଟରେ

ତ୍ୟାଗ ଆଉ ଉପଭୋଗ ସବୁ ବାଦଦେଲି

ଜନ୍ମର ଉଲ୍ଲାସ, ଯୌବନର ଉଦାମତା

ବାର୍ଦ୍ଧକ୍ୟର ଶିଥିଳପଣ ସବୁ ମିଶାଇଲି

ହିସାବରେ ଶେଷଫଳ ଶୂନ୍ୟ ହେଲା

ଏହାପରେ କି ଦୂରତ୍ୱ ମାପିବି ମୁଁ

ଜୀବନ ଭିତରେ ହିଁ ମୃତ୍ୟୁକୁ ଦେଖିଲି

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract