ଜୀବନ ଧାରା
ଜୀବନ ଧାରା
ଆକାଶ ର ସୁନା ବଗୀଚା ଭିତରେ,
ଗୋଲାପ ଫୁଲ ଟେ ହେଇ
ରହିଗଲ ତୁମେ ସରଗ ସଜାଇ,
ସେଇଠି ମହକ ଦେଇ।
ଭରିଥିଲା ମୋର ବଗୀଚା ଟା ଦିନେ
,ମହକ ଥିଲା ବି କେତେ
ବଗୀଚା ତ ମୋର ଖାଲି ହୋଇଗଲା,
ଗୋଲାପ ବିହୁନେ ସତେ।
ଯେବେ ମୁଁ ଚାହୁଁଚି ଶୂନ୍ଯ ବଗିଚା କୁ,
ଲୁହ ଝରିଯାଏ ମୋର
ପ୍ରତାରଣା କରି ଚାଲିଗଲ ତୁମେ,
ଗଲ କାହିଁ କେତେ ଦୂର।
ସରଗ ବଗିଚା ଫୁଲେ ଭରିଥିଲା,
ହେଲେ ନ ଥିଲା ଗୋଲାପ ଟିଏ
ଛଳ କରି ନେଇଗଲା ସେ ତମକୁ
ସରଗ ର ମାଳୀ ଯିଏ।
ଫୁଟିଲ ସରଗେ, ମହକିଲ ସେଠି,
ଗୋଲାପ ର ବାସନାରେ
ଗୋଲାପ ପାଖୁଡ଼ା ଝଡି ପଡିଲା ,ମୁଁ,
ତୋଳିଲି ତାକୁ ଧରାରେ।
ଆକାଶରୁ ଝରା ଗୋଲାପ ପାଖୁଡ଼ା,
ରଖିଲି ସାଇତି ପାଶେ
ସେଇ ପାଖୁଡାରେ ଲୁହ ଢାଳି ଢାଳି,
ରହିଲି ,ତୁମ ସାନ୍ନିଧ୍ୟ ର ଆଶେ।
ତୁମରି ପରଶ ପାଇବାର ପାଇଁ,
କଳପନା କରେ ଖାଲି।
ନିତି ତା ବାଟକୁ ଚାହିଁ ବସିଛି ମୁଁ ,
କେବ ନବ ସରଗର ମାଳୀ ।
ମୋ ଜୀବନ ଧାରା ଅଙ୍କାବଙ୍କା ହେଇ,
ଚାଲିଚି ସାଗର ବେଳାରେ
ଚାତକ ପରି ମୁଁ ବସି ଯେ ରହିଚି
ସରଗ ମାଳୀର ଅପେକ୍ଷା ହରେ।
