Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kishore Nayak

Classics

4  

Kishore Nayak

Classics

ଜୀବନ ବୋଧ

ଜୀବନ ବୋଧ

1 min
375


ଜଣା ଅଜଣା ଏ ଜୀବନର ଗତି 

ବୁଝା ଅବୁଝାର ଖେଳ 

ଆଶା ଅବଶୋଷ ହସରେ ଲୁହରେ 

ରତ ହୁଏ ଏଠି ବେଳ l


କେବେ କେବେ ଏଇ ଜୀବନ ଅଙ୍ଗନ 

ସୁରଭିରେ ଯାଏ ଭରି 

କେବେ କେବେ ପୁଣି ଦୁଃଖ ହତାଶରେ 

ଖୁସି ସବୁ ଯାଏ ମରି l


ପରିସ୍ଥିତି କେବେ ପରିହାସ ସ୍ଵରେ 

ଜୀବନରେ ଆଣେ ବ୍ୟଥା 

ନୀରବ ଭାବନା ଚାପି ଦିଏ କେତେ 

ମନର ଅନ୍ତର କଥା l


ପାଇବାର ଆଶା ନିରାଶା ନାହିଁରେ 

ହୋଇଯାଏ ଅଭିଶାପ 

ଅଧିକାର ଏଠି ଧିକ୍କାର ଶବଦେ 

ଭରିଦିଏ ଅନୁତାପ l


ଜନ୍ମ ଆଉ ମୃତ୍ୟୁ ବୃତ୍ତ ପରିଧିରେ 

କର୍ମର ଗୋଲକ ଧନ୍ଦା 

କାମନା ବାସନା ବନ୍ଧନ ରଜ୍ଜୁରେ 

ଜୀବନଟା ଏଠି ବନ୍ଧା l


କେବେ କେବେ ପୁଣି ବୈରାଗ୍ୟ ବିତୃଷ୍ନା 

କରିଦିଏ ମୋହ ଭଙ୍ଗ 

ଜୀବନ ବିନ୍ୟାସ ଲଭଇ ସନ୍ୟାସ 

ଛାଡଇ ସଂସାର ସଙ୍ଗ l


ଆଶା ଅଭିଳାଷ ଛିଣ୍ଡାଇଣ ଫାଶ 

ନୀରବେ ଯାଆନ୍ତି ଉଡି 

କେବେ ଏ ଜୀବନ ଲଭଇ ସାର୍ଥକ 

ସଫଳତା ଶିଡ଼ି ଚଢି l


ଅସରନ୍ତି ଆଶା ନା ଅଛି ଭରସା 

ପରାଣ ପକ୍ଷୀକୁ ଏଠି 

ଯିବ ଦୂରେ ଉଡି ନିଜ ବାସ ଛାଡି 

ଛାଡି ସବୁ କୁଟା କାଠି l


ସ୍ମୃତି ଅନୁଭୂତି ଏ ଜୀବନେ ନିତି 

ଅତୀତକୁ ଆଣେ ଟାଣି 

କେବେ କେବେ ପୁଣି ଭାବପ୍ରବଣରେ 

ନିଜକୁ ପାରେନି ଜାଣି l


ତଥାପି ଜୀବନ ସ୍ବପ୍ନ ପଲ୍ଲବରେ 

ଅଚିରେ ଚାଲିଛି ଏଠି 

ସତ୍ୟ ଅସତ୍ୟର ଧର୍ମ ଅଧର୍ମର 

ବିଚାରରେ ମାଠିମୁଠି l


Rate this content
Log in

Similar oriya poem from Classics