STORYMIRROR

Smitali Priyadarsini Panda

Abstract Tragedy Action

4  

Smitali Priyadarsini Panda

Abstract Tragedy Action

ଝୁରେ ଖାଲି ତୁମ ପାଇଁ

ଝୁରେ ଖାଲି ତୁମ ପାଇଁ

1 min
435


ଆଖି ଲୁହ ଯେତେ ଆଖିରେ ରହେନି

ବହିଯାଏ ନଦୀ ହୋଇ

ବିରହ ଯନ୍ତ୍ରଣା ସହି ପାରୁନାହିଁ

ଝୁରେ ଖାଲି ତୁମ ପାଇଁ ।


ଭୁଲିବି କେମିତି ଅଭୁଲା ଫଗୁଣ

ପ୍ରୀତି ରଙ୍ଗ ଗଲା ବୋଳି 

ଅଫେରା ବୋଲି ସେ ଶ୍ରାବଣ ଆସିଲା

ଲୁହ ବର୍ଷା ଦିଏ ଜାଳି।


ଅମାବାସ୍ୟା ଜହ୍ନ ପାଲଟିଲ ସାଥୀ

ଚାଲିଗଲ ବହୁ ଦୂର

ନିର୍ଜନ ଅନ୍ଧାରେ ଖୋଜିବୁଲେ ମନ

କାହିଁଗଲ ସାଥୀ ମୋର ।


ଲୁହ ମୋ ସାଜିଛି ଜୀବନର ପଥ

ଧାର ଧାର ଯାଏ ବହି

ମରୁଭୂମି ପଥେ ତୃଷ୍ଣା ମେଣ୍ଟେ ଆଜି

ଆଖିର ଲୁହକୁ ନେଇ ।


ଆଖି ଲୁହ ଯେତେ ବୋହି ଅଛି

ଜୀବନ ସାହାରା ହୋଇ

ସ୍ବପ୍ନରୁ ଆରମ୍ଭ ପ୍ରୀତିମୟ ପଥ

ସ୍ବପ୍ନ ହୋଇଗଲା ରହି।


Rate this content
Log in

Similar oriya poem from Abstract