ଝରଣା ଗୋ ତୁମେ
ଝରଣା ଗୋ ତୁମେ
ଝରଣା ଗୋ ତୁମେ ପାତାଳ ଗହ୍ଵରୁ
ବନ୍ଧୁର ପଥ ଦେଇ
ଅଙ୍କା ବଙ୍କା ପଥେ ଅତିକ୍ରମି ଆସ
କେତେ ବନ,ଗିରି ଛୁଇଁ
ଜନପଦେ କରି ଆହ୍ଲାଦେ ବିହାର
ପରଶି ଦେଉଛ ରସ ସୁମଧୁର
ରାତିରେ ଚନ୍ଦ୍ରମା ଦିବସେ ସୂରୁଯ
ତୁମ କୋଳେ ଖେଳୁଥାଇ
ଆହା କି ସୁରମ୍ୟ ଚାରୁଚିତ୍ର ଶୋଭା
ଯାହାର ତୁଳନା ନାହିଁ ।।
ଝରଣା ଗୋ ତୁମ ସ୍ଵଛ୍ଛ ନିର ଧାର
ଦିପ୍ତିଯୁକ୍ତ ମୁକୁର ର
ଭ୍ରମ ସୃଷ୍ଟି କରେ ତୋ ବୁକୁ ମୁକୁରେ
 
; ପ୍ରତିବିମ୍ଵ ଆକାଶର
ଅବିକଳ ଚିତ୍ର ପ୍ରତୀତ ହୁଅଇ
ପ୍ରବାହେ ଅନିଳେ ଲହରୀ ଖେଳଇ
ମନ ଖେଳେ ଦେଖି ଅସୀମ ଆନନ୍ଦେ
ଲାବଣ୍ୟ ରୂପକୁ ତୋର
କି ଅମୃତେ ତନୁ ଗଢି ଦେଇଛନ୍ତି
ଧାତା ଵିଶ୍ଵ କଳାକାର ।।
ଝରଣା ଗୋ ତୁମେ ଚପଳ ଚଞ୍ଚଳ
ତରଳ ସଲିଳ ଧାର
ଗିରି ଦରୀ ଗୁହା ଭେଦକରି ତୁମେ
ଝରୁଥାଅ ନିରନ୍ତର
ନୀଳ ଜଳରାଶି ଅଳକା ନନ୍ଦାର
କଳ କଳ ସ୍ଵନେ ଆହା କି ମଧୁର
ଅନନ୍ତ ପ୍ରେମର ଉଛ୍ଛ୍ଵାସେ ଆନନ୍ଦେ
ଗାଇ ଗୀତ ପ୍ରଣୟର
ପବିତ୍ର ଗଙ୍ଗୋତ୍ରୀ ଛଳ ଛଳ ଧାଏଁ
ଛୁଇଁବାକୁ ପାରାବାର ।।