STORYMIRROR

Bhagabat Sahoo

Abstract Others

3  

Bhagabat Sahoo

Abstract Others

ଝରଇ ଶ୍ରାବଣ ବର୍ଷା ଧାର

ଝରଇ ଶ୍ରାବଣ ବର୍ଷା ଧାର

1 min
18


ଶ୍ରାବଣ ଆକାଶେ କଳାମେଘ ଭାସେ

ବରଷା ଝରଇ ଝର ଝର

ନାହିଁ ଘଡ ଘଡି ନାହିଁତ ବିଜୁଳି

ପାଣିର ଝରଇ ସରୁ ଧାର !!

ଗଢିଆ ପୋଖରୀ ନଦୀ ନାଳ ଯେତେ

ସବୁଥିରେ ବଢ଼େ ଜଳ ସ୍ତର

ନଦୀ ପୋଖରୀ ରୁ ମାଛ ଉଠୁଛନ୍ତି

ଗଡୁଛି ଯେଉଁଠୁ ପାଣି ଧାର !!

ମାଟିର ଉତ୍ତାପ କମିତ ଯାଇଛି

ଦେହରୁ ଝରୁନି ଆଉ ଝାଳ

ପହିଁଲି ବର୍ଷାରେ ଭିଜିବାକୁ ଆଜି

ସଭିଙ୍କୁ ଲାଗୁଛି ଭାରି ଭଲ!!

ବେଙ୍ଗ ଓ ବେଙ୍ଗୁଲି ଖୁସିରେ ବିଭୋର

ଶୁଣେଇ ଥାଆନ୍ତି ତାଙ୍କ ସୁର

ମାଟି ତାଡି ଜିଆ ଉପରେ ଉଠନ୍ତି

ଦାଣ୍ଡ ନାଳୁଆ ରେ ମାଳମାଳ !!

ଜନ୍ଦା ପିମ୍ପୁଡି ଙ୍କ ବସା ଭାଙ୍ଗି ଯାଏ

ହୁଅନ୍ତି ସେମାନେ ହରବର

ଝରିଆ ପୋକ ତ ଝରି ପଡୁଛନ୍ତି

ବରଷା କୁ ଦେଖି ଆନନ୍ଦ ର !!

ନିଦାଘର ପରେ ବରଷା କରିଛି

ଧରଣୀ ରାଣୀ ଙ୍କୁ ସୁ ଶୀତଳ

ଋତୁ ବଦଳିଛି ଏଧରା ଧାମରୁ 

ବର୍ଷା ଋତୁ ହେଲା ପୃଥିବୀର।


Rate this content
Log in

Similar oriya poem from Abstract