STORYMIRROR

Kalyani Nanda

Tragedy

4  

Kalyani Nanda

Tragedy

ଝରାଫୁଲ

ଝରାଫୁଲ

1 min
294

ନରମ ସକାଳ ର ନବ ରବି ଅଂଶୁ ପରଶେ,

ନବ କଳିକା ତା ଶିଶିର ଭିଜା ପାଖୁଡ଼ା ଖୋଲେ,

ସୁମନ ବାଟିକା ତା ମଧୁର ଗନ୍ଧେ ମହକି ଉଠେ,

ଦିବସ ଅନ୍ତେ ସେଇ ଫୁଟନ୍ତା ଫୁଲ ତା ସୁଗନ୍ଧ ହରାଏ,

ରୈ|ଦ୍ର ର ଚଣ୍ଡ କିରଣ ସ୍ପର୍ଶେ ଝାଉଁଳା ଫୁଲଟି ଝରିପଡେ,

ସତେକି ବାଦଲ ରୁ ଲୋତକ ସମ ବାରି ଧାରା ଭୂ ପତିିିତ ହୁୁଏ ।


ରାତ୍ରି ର ଘନକୃଷ୍ଣ କାଳିମା ନେଇ ସଞ୍ଜ ନଇଁ ଆସେ,

ଜୁଇ, ଯାଇ, ଶେଫାଳୀ ର ସମାବେଶ ହୁଏ ରାତ୍ରି ଆଗମନେ,

ସେ ଧବଳ ପୁଷ୍ପ ସମ୍ଭାରେ ସଜ୍ଜିତ ନିସ୍ତବ୍ଧ ରଜନୀ ମୋହାବିଷ୍ଟ ହୁଏ,                     ଚାନ୍ଦିନୀ ପରଶେ ଚୁନା ଚୁନା ଫୁଲ ତାରକା ସମ ଝଲସି ଉଠେ,

ରାତ୍ରି ଶେଷରେ ବୃନ୍ତ ଚ୍ୟୁତ ହୋଇ ଚୁନା ଚୁନା ଫୁଲ ଭୂ ଲୁଣ୍ଠିତ ହୁଏ,

ସତେକି ରାତ୍ରିର ମୋହ ଭଙ୍ଗ ରେ ଝରାଫୁଲ ସନ୍ତାପିତ ହୃଦେ,

ଧରା ବକ୍ଷେ ମଥା ରଖି ତା ଶୋକ, ଦୁଃଖ ର କାହାଣୀ କହୁଥାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy