STORYMIRROR

Chinmaya Kumar Nayak

Romance

3  

Chinmaya Kumar Nayak

Romance

ଜହ୍ନର ଠିକଣା

ଜହ୍ନର ଠିକଣା

1 min
146

କୁମୁଦିନୀ ଖୋଜେ ଜହ୍ନର ଠିକଣା

ପଠାଇବ ବୋଲି ଚିଠି। 

କେତେ ଦିନୁ ହୃଦେ ରଖିଛି ସାଇତି

ଅସରା ମଧୁର ପ୍ରୀତି।।


ସହିଯାଏ ଘୋର ନିଦାଘ ଜ୍ଵଳନ

ଅନ୍ଧାରି ଯାମିନୀ ଆଶେ। 

ଚାହିଁ ରହିଥାଏ ଗଗନେ ଆକୁଳେ

ଇନ୍ଦୁ ଦରଶନ ଆଶେ।।


ଚକ୍ଷୁ ହୁଏ ସ୍ଥିର ହୃଦୟ ଅସ୍ଥିର

ଚାହିଁ ଚାହିଁ ପାହେ ରାତି।

ମନକଥା ଧୀରେ ମରିଯାଏ ମନେ

ତଥାପି ସରେନା ପ୍ରୀତି।।


କେଜାଣି ଏ ଜହ୍ନ ବୁଝେ କି ନ ବୁଝେ

କୁମୁଦ ହୃଦୟ ବ୍ୟଥା।

ସଞ୍ଜେ ଉଇଁ ଅସ୍ତ ହୁଏ ପ୍ରଭାତରେ

ବୁଝେନା କା ମନ କଥା।।


ବିଧାତା ଲେଖିନି କପାଳରେ ଯଦି

ପ୍ରିୟ ମିଳନର ଯୋଗ

କଇଁ କିନ୍ତୁ ତାର ପ୍ରେମକୁ ଆବୋରି

ଗାଉଛି ପ୍ରଣୟ ରାଗ ।।


ସେଥିପାଇଁ ଆଜି ଜହ୍ନର ଠିକଣା

ଆତୁରେ ଖୋଜୁଛି କଇଁ।

ଜଣେଇବ ନିଜ ହୃଦୟ ସ୍ତବକ

ଉତ୍ତର ପାଇବା ପାଇଁ।।



Rate this content
Log in

Similar oriya poem from Romance