Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବୀରେନ୍ କୁମାର ବେହେରା

Classics Inspirational Children

3  

ବୀରେନ୍ କୁମାର ବେହେରା

Classics Inspirational Children

ଜହ୍ନର ଠିକଣା କିଏ ବା ଜାଣେ

ଜହ୍ନର ଠିକଣା କିଏ ବା ଜାଣେ

1 min
350


ପ୍ରକୃତିର ସୃଷ୍ଟି ଏମିତି ବିଚିତ୍ର,

ସ୍ରଷ୍ଟା ଯିଏ ସିଏ ମହାନ୍ ସତେ ।

ଏମିତି ବିନ୍ଧାଣୀ ଗଢିଛି ଦୁନିଆ,

କମିବ ପ୍ରଶଂସା କରିଲେ ଯେତେ ।।

ସୂର୍ଯ୍ୟ ଚନ୍ଦ୍ର ତାରା ହୋନ୍ତି ଆତଯାତ,

କିଏ ବିତରଣ କରେ ଉଷ୍ଣତା ।

ଆଉ କିଏ ପୁଣି ଏ ଜୀବଜଗତେ,

ବିଛୁରିତ କରଇ ଶିତଳତା ।।

ନଦୀ ନାଳ ଆଉ ସମୁଦ୍ରରେ ଭରା,

ଆମ ଏ ପୃଥିବୀ ମା'ର ଶିରି ।

କେଉଁଠି ରହିଛି ମରୁଭୂମି ପୁଣି,

କେଉଁଠି ଜଙ୍ଗଲ ଯାଇଛି ଭରି ।।

ପ୍ରକୃତିର ସବୁ ଏତେ ଦାନ ଥାଇ,

ଆମେ ହେଳା କରୁ ସେ ପ୍ରକୃତିକୁ ।

ଏ ମାନଙ୍କ ସବୁ ଆରମ୍ଭ କେଉଁଠି,

ଶେଷଟା ବି ଜଣା ନାହିଁ କାହାକୁ ।।

ଜହ୍ନ ଉଇଁଥାଏ ସୂଦୂର ଆକାଶେ,

ଶିତଳ ଜୋଛନା ଧରାରେ ବୁଣେ ।

କିଏ ବା ଛୁଇଁଛି ସେ ଜହ୍ନ ମାମୁଁକୁ,

ଜହ୍ନର ଠିକଣା କିଏ ବା ଜାଣେ ?



Rate this content
Log in

Similar oriya poem from Classics