ଜହ୍ନ
ଜହ୍ନ
ସୁଦୂର ଆକାଶେ ଶୁଭ୍ର କନ୍ଦୁକର ପ୍ରାୟେ
ଜ୍ୟୋତ୍ସ୍ନା ବୋଳା ରୂପ ନେଇ ଜନ ମନ ମୋହେ ।
ସୃଷ୍ଟି ସଂରଚନା ବେଳେ କେତେ ଯୁଗ ଧରି
ବିଧି ଗଢେ ଏ ରୂପକୁ ତାପ ନାଶ କରି ।
ସୁଶିତଳ ପିଣ୍ଡ ଘେନି ଗଗନ ବୁକୁରେ
ଘୁରି ବୁଲେ ଆନନ୍ଦରେ ଆପଣା ରାଜ୍ୟରେ ।
ପୃଥିବୀର ଚାରିପାଖ କରେ ସେ ଭ୍ରମଣ
ପଥେ ବାଧା ଦେଇ ରାହୁୁ ଲଗାଏ ଗହଣ ।
କିଛି କ୍ଷଣ ନିରବରେ ପୁଣି ଆସେ ଗର୍ବେ
ଯେହ୍ନେ ନିଶି ଅନ୍ତେ ପ୍ରାତଃ ଖେଳେ ଜନ ରବେ ।
ସୌଭାଗ୍ୟେ ଚନ୍ଦ୍ରମଣ୍ଡଳେ ଯେବେ ପାଏ ସ୍ଥାନ
ଉପମା ସଂଯୋଗ ପାଇଁ କବି ଯେ ଉଛନ୍ନ ।
ଶରତ ଆକାଶେ ଶୋଭା ଦୁଗୁଣିତ ହୋଇ
ଆକର୍ଷିତେ ଜନ ମନ ପାଶେ ଟାଣୁ ଥାାଇ ।
ବିଜନତା କୋଳେ ଯେବେ ଆସେ ଶୀତକର
ମିଳନେ ଆତୁର ମନ ପ୍ରେମୀ ଯୁଗଳର ।
ଶଶାଙ୍କ ଅପୂର୍ବ ଦୃଶ୍ୟେ ଶଶା ଭୂୂୂଲେ ପଥ
ତୃଷ୍ଣା ନିବାରଣେ ପଡ଼ି ଚଢେ ଯମ ରଥ ।
ଦୂର ରାଇଜରେ ରହି ଟାଣି ନିିିିଏ ମନ
ସର କୋଳେ କୁୁୁମୁଦିନୀ ଗଣୁ ଥାଏ ଦିନ ।
ପ୍ରାଣର ବାନ୍ଧବ ଚନ୍ଦ୍ର ପ୍ରେୟସୀ ଯେ କଇଁ
ନିଶି ରଜନୀ ବିତଇ ବିିିହାୟସ ଚାହିଁ ।
ଚନ୍ଦ୍ରଶେଖରଙ୍କ ନାମ ଚନ୍ଦ୍ର ଧରି ଶିରେ
କୁମାର ପୂର୍ଣ୍ଣିମା ଆସେ କୁମାରୀଙ୍କ ପୁରେ ।
ବିଶ୍ୱଜନ ପ୍ରାଣୀ ହୃଦେ ସାଜି ପ୍ର୍ରିୟତର
ଇନ୍ଦୁ ପାଇଁ ଭରି ଯାଏ ଆନନ୍ଦ ଅପାର ।
ସୁନ୍ଦର ସୁଢଳ ଗ୍ରହ ଚନ୍ଦ୍ର ଶୁଭଙ୍କର
ତାର ସଞ୍ଚାଳନେ ଭାଗ୍ୟେ ଐଶ୍ଵର୍ଯ୍ୟ ସଂଭାର ।

