ଜହ୍ନ ଯୋଛନା
ଜହ୍ନ ଯୋଛନା
ଝରକା ଦେଇ ଜହ୍ନ ଯୋଛନା,
କରୁଛି ମୋ ପ୍ରିୟା ମଥାକୁ ଚୁମ୍ବନ,
ପ୍ରିୟା ଦିଶୁଛି ଆହୁରି ସୁନ୍ଦରି,
ଦେଖିବାକୁ ଚାହେଁ ତାକୁ ମନ ଭରି।
ତାର ସୁନ୍ଦରତାକୁ ମନର ସିନ୍ଦୁକରେ ରଖିବି ଭରି,
ଅନୁଭବ କଲି କିଏ ଡାକିଲା ପରି,
ଭାଙ୍ଗିଗଲା ମୋ ଏକାଗ୍ରତା,
ପ୍ରିୟା ଶୋଇଛି,
ବନ୍ଦ କୋଠରୀରେ କିଏ ଡାକିଲା, ଘୂରିଗଲା ମୋ ମଥା।
ଦେଖିଲି ପାଖରେ କେହି ନାହିଁ,
ପୁଣି ଶୁଭିଲା ଶ୍ବର ସେଇ,
ମୁଁ ତୋର ପ୍ରଥମ ପ୍ରେମ,
ମୋତେ ଗଲୁ ଭୂଲି, ହେଲାକି ତୋର ମତିଭ୍ରମ।
ଦେଖିଲି ସେଇ ରୂପସୀ ଜହ୍ନ,
କହିଲ ନା ତୁ ମୋର ହ୍ରୁଦ ସ୍ପନଦନ,
ତୋ ଜୋଛନା ବିନା ମୋ ପ୍ରେମ ଅଧୁରା,
ତୋର ଜୋଛନା କରିଛି ମତେ ତାର ନିକଟତର ପରା।
ଆଜିବି ମନେ ଅଛି ମୋସ ସେଇ ଦିନ,
କରିଥିଲି ତୋତେ ପ୍ରେମ ନିବେଦନ,
ବାନ୍ଧି ରଖିଲା ତୋତେ ତୋ କର୍ତ୍ତବ୍ଯ ବନ୍ଧନ,
ହେଲେ ତୋ ଜୋଛନା ରେ କଲୁ ମୋତେ ଆଲିନ୍ଗନ।
ଆଜିବି ତୁ ରଖିଛୁ ତୋ ସତ,
ସବୁଦିନ ମୋ ପାଖକୁ ଆସନ ସତକୁ ସତ,
ଯେବେ ମିଶେ ଆମ ବେନି ନୟନ,
କରୁ ମୋତେ ତୋ ଜୋଛନା ରେ ଆଲିନ୍ଗନ।