ଜହ୍ନ ରାତି
ଜହ୍ନ ରାତି
ରଜନୀ ଆଗମେ ଅନ୍ଧାର ଆକାଶେ ତାରା ମେଳେ ଉଠେ ହସି
ଜହ୍ନି ଫୁଲିଆ ରୋଷଣୀ ରଙ୍ଗରେ ଆକାଶେ ସରଗ ଶଶୀ ।।
ରୂପେଲି ଜୋଛନା ବିଛୁରିତେ ରାତି ଦିଶଇ ଦିବସ ପ୍ରାୟ
ତା ଜ୍ୟୋତି ରାଶିର ପ୍ରଭାବେ ନିଷ୍ପ୍ରଭ ଦିଶନ୍ତି ତାରକା ଚୟ ।।
ଶାରଦୀୟ ଜହ୍ନ ରାତିରେ ନିର୍ମଳ କିରଣେ ଚନ୍ଦ୍ର ମଣ୍ଡଳ
କଇଁ ଫୁଲିଆ ତା ରଙ୍ଗେ ଆଲୋକିତ ଦିଶେ ଅବନୀ ଅମ୍ଵର ।।
ସୁଧା ସମ ଝରି ଶିକର ର ବିନ୍ଦୁ ନବ ଦୁର୍ବାଦଳ ଶିରେ
ଝଲସି ଉଠଇ ପ୍ରଭାତେ ମୁକୁତା ସମ ସୂର୍ଯ୍ୟ ରଶ୍ମି ଧାରେ ।।
ଜହ୍ନ ରାତି ଜହ୍ନ କାମଦେବ ସମ ମାରେ ଧରି ଫୁଲ ଶର
ବିଭୋର ହୁଅନ୍ତି ପ୍ରେମ ପ୍ରଣୟ ରେ ଆତୁରେ ପ୍ରେମି ଯୁଗଳ ।।
ଜହ୍ନ ଦେଖି ହସେ ମା କୋଳେ କୁନା ଆ ଜହ୍ନ ମାମୁଁ ଆ
ମୋ କୁନା ହାତରେ ଖସିପଡ ଥରେ ବସି ଡାକୁଥାଏ ମା ।।
ଏଇ ଏ ଚାନ୍ଦିନୀ ରାତି ସୋହାଗିନୀ କରଇ ନବ ବଧୂ କୁ
ଡାରା ମେଳେ ଜହ୍ନ ଖୁସି ହେଉଥାଏ ଆକାଶରେ ଖେଳିବାକୁ ।।
ଏଇ ଜହ୍ନ ରାତି ଚୌରବୃତ୍ତି ଜନେ ଲେଗେ ଯଥା ବିଷ ସମ
କବି ମନେ ଆଣେ ଅନେକ ଭାବନା ଗୀତ ଚିତ୍ର କୁଟିକମ ।।
ଏଇ ଜହ୍ନ ରାତି ଶୀତଳ ପରସେ ଶୀତଳିତ ହୂଏ ଧାତ୍ରୀ
ଏଇ ଜହ୍ନ ରାତି ମଧୂର ସ୍ମୃତି ରେ ଗାଇ ହୁଏ ପ୍ରେମ ଗୀତି ।।
ଜହ୍ନ ରାତି ଏକ ଅଭୁଲା ଆବେଶ ବିବଶ କରଇ ପ୍ରାଣ
ଜହ୍ନରାତି ଗୀତ ଲେଖିଲା ପ୍ରଫୁଲ୍ଲ ପାଠକର ବିଜ୍ଞ ଜନ ।।