STORYMIRROR

ଅନିଲ କୁମାର ଲେଙ୍କା

Abstract

4  

ଅନିଲ କୁମାର ଲେଙ୍କା

Abstract

# ଜହ୍ନ ରାତି #

# ଜହ୍ନ ରାତି #

1 min
251

ସୁନେଲି ସଞ୍ଜରେ ଆସିଥିଲା ପ୍ରିୟା

   ପ୍ରୀତିର ପରଶ ନେଇ

ଫିକା ଫିକା ଏହି ଜହ୍ନ ଆଲୁଅରେ  

  ମନକୁ ନେଲା ଚୋରାଇ ।।


ତାରାଙ୍କ ମେଳରେ ଖେଳି ବୁଲୁଥିଲୁ

   ହାତ ଧରାଧରି ହୋଇ

ଜହ୍ନ ରାତି ଥିଲା ଆମ ପ୍ରେମ ସାକ୍ଷୀ

   ଜୋଛନା ଆପ୍ଲୁତେ ରହି ।।


ଶଶୀ ତାରା ସହ ଲୁଚକାଳି ଖେଳେ 

   ମନ ହେଉଥିଲା ବାଇ 

କୁଞ୍ଜବନେ ସେଇ ଛାଇ ଆଲୁଅକୁ

   କେମିତି ଭୁଲିବି ମୁହିଁ ।।


ସକାଳର ସାଥିରେ ହଜି ଯାଏ ଜହ୍ନ

   ରାତି ପାଇଁ କଥା ଦେଇ

ସୂର୍ଯ୍ୟାଲୋକେ ସିନା ନିଶା ସରିଯାଏ

   ଜହ୍ନ କଥା ଭୁଲେ ନାହିଁ ।।


ସପନରେ ଭରା ଅଭୁଲା ବେଳା ଯେ

   ରହିଛି ତା ବାଟ ଚାହିଁ  

ଜହ୍ନ ହଜିଲେ ବି ମନ ହଜେ ନାହିଁ 

   ସେପାଇଁ ବିଳାପ କାହିଁ ।।


ମନେପଡେ ମୋର ପିଲାବେଳ କଥା

    ଜହ୍ନ ରାତି ବନ୍ଧୁ ସହି

ମାଆ ମୋର ଖୁଆନ୍ତି ଆ ଜହ୍ନମାମୁଁ 

    ସରଗର ଶଶୀ କହି ।।


ଜହ୍ନ ରାତି ପ୍ରାଣେ ସଞ୍ଚରିତ କରେ

    ଅନେକ କଳ୍ପନା ଭାଇ

ଆଶାର ଆଲୋକ ଦେଖାଦିଏ ଆଗେ

    ଜୀବନ ବଞ୍ଚିବା ପାଇଁ ।।



Rate this content
Log in

Similar oriya poem from Abstract