STORYMIRROR

କଳ୍ପନା ରାୟ

Action Classics Inspirational

3  

କଳ୍ପନା ରାୟ

Action Classics Inspirational

ଜହ୍ନ ରାତି

ଜହ୍ନ ରାତି

1 min
226


ଜହ୍ନରାତି, ତୋ ସହ ସମ୍ପର୍କ

ହୁଏତ ମାଆ ଜଠରରୁ

ହଁ, ତାପରେ ମୁଁ କାନ୍ଦିଲେ ମାଆ

ଦେଖାଇଥିବ ଜହ୍ନମାମୁଁ

ତୁ ଏତେ ସୁନ୍ଦର କେମିତି କହତ ??

କି ମାଧୁର୍ଯ୍ୟ !!! କି ଶୀତଳତା !!!

କି ରୂପ ଲାବଣ୍ୟ ସତରେ ତୋର !!

କୁମାର ପୂର୍ଣ୍ଣିମାରେ ଗାଁ ଦାଣ୍ଡରେ

ତୋ ପ୍ରେମରେ ପଡି କି ମଜ୍ଜା କରୁ !!

କି ସମ୍ମୋହନୀ ଶକ୍ତି ତୋର !!!

ସେମିତି ଅଗ୍ନିଉତ୍ସଵ ଖଳାରେ

ନିଆଁ ଜଳିବା ବେଳେ ସତେ ଯେମିତି

ନିଆଁ ସହ ପ୍ରତିଯୋଗିତା କରୁ !!!


ତୋତେ ଦେଖୂଲେ ସବୁଛୁଆ ଖେଳି

ବାହାରନ୍ତି କାହିଁକି ?? କ'ଣ ତୋ ସୁନ୍ଦରତା

ନା ଶୀତଳ ସ୍ପର୍ଶରେ ମୁଗ୍ଧ ହୋଇ !!


ସୁନ୍ଦରୀ କଇଁ ତୁ ଆସିଲେ ଚଟାପଟ୍

ଚାଲିଆସି ଏକ ଲୟରେ ଚାହିଁଥାଏ

ଭାଇଟିଏ ରାକ୍ଷୀପୂର୍ଣ୍ଣିମାରେ ଅନାଏ

ତା ଭଉଣୀ କେତେବେଳେ ଆସି ରାକ୍ଷୀ ପିନ୍ଧାଇବ

ତୁ ଉତ୍କଣ୍ଠାର ଗୋଟେ ସ୍ରୋତସ୍ଵିନୀ ନଦୀ ନା କ'ଣ ??

ତୋ ସହ ଜଡ଼ିତ ଅନେକ ପର୍ବପର୍ବାଣୀ


ତୁ କ'ଣ ପର୍ବପର୍ବାଣୀକୁ ସାଥିରେ ଧରି ଆସୁ ??

ତୋତେ ନେଇ ମର୍ତ୍ତ୍ୟବାସୀ ଅଧିର ହୁଅନ୍ତି

ତୋ ସହ କିଛି ଅନ୍ତରଙ୍ଗ ମୂହୁର୍ତ୍ତ କାଟିବା ଇଛାକୁ କିଏ ବା ଏଡାଇ ପାରେ ??


ଜହ୍ନରାତିକୁ ଦେଖି କେତେ କବି କଲମ ଚାଳନା କରନ୍ତି

ରାଧାନାଥ ରାୟ ଓ ଗଙ୍ଗାଧର ମେହେରଙ୍କ ଲେଖନୀ ସତମୁଖ ତୋ ସ୍ପର୍ଶ ରେ, ଉପସ୍ଥିତିରେ

ତୁ ପରା ସୂର୍ଯ୍ୟ ଆଲୋକରେ ଆଲୋକିତ

ତୋ ସହ ମାସ ଓ ଜାତକ ଗଣନାର ଆରମ୍ଭ

ଜହ୍ନରାତି ଭୟଛଡାଇ ଆଣେ ପୁଲକ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from କଳ୍ପନା ରାୟ

Similar oriya poem from Action