STORYMIRROR

jyotsna mayee panda

Tragedy

4  

jyotsna mayee panda

Tragedy

ଜହ୍ନ ପାଲିଙ୍କି....

ଜହ୍ନ ପାଲିଙ୍କି....

1 min
373

ଜହ୍ନ ପାଲିଙ୍କି ରେ ଲେଖୁଛି ସେ ଚିଠି

ପ୍ରୀତି ଭରା ହୃଦୟରେ

ତାରା ମେଳେ ଆଜି ସତେ ଅବା ତାର

ରୋଷଣୀ ଆସୁଛି ଧୀରେ ।


ଜହ୍ନ ରାଇଜ ର ଅଜଣା ପ୍ରେୟସୀ

ଧରିଛି ସେ ହାତେ ତୁଳି

ସପନ ସବୁ କୁ ଉତାରି ହୃଦୟେ

ସତେ କି ହୋଇଛି ବୋଳି ।


ସ୍ନିଗ୍ଧ ଶୀତଳ ସମୀର ପରସେ

ମନ ଟି ତାହାର ପ୍ରେମ ରେ ଉଲ୍ଲସେ

ଜହ୍ନ ରାଇଜ ରେ କିବା

ସତେ ତାରା ଫୁଲ ଫୁଟେ l


ଫେରିଛି ବସନ୍ତ ପୁଣି ପ୍ରିୟା ଆଗମନେ

କେତେ ଫୁଲ ବିତରେ ସେ କାନନେ କାନନେ

ଜହ୍ନ ର ସେ ତୋଫା ପଣେ ପ୍ରିୟସୀ ଝଲସେ

ମୁହଁ ତାର ଚାନ୍ଦ ଯେହ୍ନେ ଝିଲି ମିଲି ଦିଶେ l


ଜୋଛନାର ରୋଷଣୀ ରେ ପ୍ରିୟା ସେ ଲାଜେଇ

ଝିଲି ମିଲି ଓଢଣୀରେ ମୁହଁ ତା ଲୁଚାଇ

ଚୋରା ଚାହାଣୀ ରେ ତାର କି ଭାବ ଲୁଚିଛି

ଆଜି ସେଇ ଚାହାଣୀ କୁ ହୃଦୟେ ଝୁରୁଛି l


ପ୍ରିୟା ର ପୀରତି ଅଟେ ଶୀତଳ ମଲ୍ହାର

କବରୀ ଗଜରା ପୁଣି ଦିଶଇ ସୁନ୍ଦର

ପ୍ରେମ ଫୁଲେ ସାଜି ଗଭା ଆଜି ସେ ହସୁଛି

ପ୍ରିୟା ଆଗମନ ପାଇଁ ବାଟ ସେ ଚାହିଁଛି l



Rate this content
Log in

Similar oriya poem from Tragedy