Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kabiratna Nutan Kumar Behera

Tragedy Action Inspirational

3  

Kabiratna Nutan Kumar Behera

Tragedy Action Inspirational

ଝିପି ଝିପି ବରଷା ପାଗ ବିଗାଡେ

ଝିପି ଝିପି ବରଷା ପାଗ ବିଗାଡେ

1 min
149


ଝିପି ଝିପି ବରଷା ପାଗ ବିଗାଡେ

ଦୈନଦିନର ସ୍ଵାଭାବିକ ଜୀବନ ହୁଏ ପ୍ରଭାବିତ

ଗରିବ ଗୁରୁବା ହୁଅନ୍ତି କେତେ ହନ୍ତସନ୍ତ

ଚାଷୀ ବିଚରା ହଇରାଣ ହରକତ ହୁଏ ବହୁତ

ତା' ସ୍ବପ୍ନର ସୁନା ସଂସାର ଉଜୁଡେ,

ପ୍ରକୃତି ବଦଳୁଥାଏ ନେଇ ନା ନା ରୂପ

କେବେ ହୁଏ ଝାଞ୍ଜି ଖରା କେବେ ବରଷା ଧାରା 

ପାଣିପାଗ ପରିବେଶ ପରିସ୍ଥିତିକୁ କରେ ସରଳ 

କେବେ ପୁଣି ଜଟିଳ କରି ଆଣେ ସଂକଟ

ଦୁଃଖରେ ଦୁଃଖିଟିଏ ଆଖିରୁ ତାର ଲୁହ ନିଗାଡେ।

ଆସେ ଲଘୁଚାପ ମେଘ ଘୋଟିଯାଏ ଆକାଶେ

ବିପତ୍ତି ପଡ଼େ ହସ ଖୁସିର ମଗୁଶିର ମାସେ 

ଧାନ ପାଚି କ୍ଷେତେ ଦିଶୁଥାଏ ସୁବର୍ଣ୍ଣମୟ

ଅମଳ କରିବାକୁ ଚାଷୀ ହେଉଥାଏ ତରତର

ଅଚାନକ ବରଷା ଆସି ଭିଜାଇ ଦିଏ କଟାଧାନ

ଝିପି ଝିପି ବରଷା ପାଗ ବିଗାଡେ, 

ବତୁରି ଯାଇ ସେ ଧାନ ହୋଇଯାଏ ଗଜା

ଚାଷୀର ବରଷ ଯାକର ମେହନତି ଫସର ଫାଟେ 

ଆଶା ଭରସା ତାର ହୁଏ ଧୂଳିସାତ 

ଭାଗ୍ୟକୁ ନିନ୍ଦି ଫଟା କପାଳରେ ମାରେ ହାତ

ତାକୁ ସବୁ ଅନ୍ଧାର ଦିଶେ ଚାହେଁ ଯୁଆଡେ।

ଅଭାବ ଅନାଟନ ତା' କଙ୍କାଳ ରୂପକୁ ଦେଖି ହସେ 

ପିଲାପିଲିର କଥା ଭାବି ହୁଏ ହତାଶ

ବିଧାତା କି ଏତେ ନିଷ୍ଠୁର ଦୁଃଖିକୁ ଦିଏ ଦୁଃଖ ?

ଆହାର ଯୋଗାଡ଼ କରୁ କରୁ ଅନାହାରରେ ମରେ

ଅନ୍ତର୍ଦାହେ କାନ୍ଦୁଥାଏ ସବୁରି ଉହାଡେ,

ପ୍ରକୃତିର ସ୍ଥିତି ନିୟମ ନୀତି ହୁଏ ସନ୍ତୁଳିତ 

ପରିବେଶ ପ୍ରଦୂଷଣ କରୁଛି କିଏ ଦଣ୍ଡ ପାଏ କିଏ 

ଥିଲାବାଲା ବିକଳ୍ପ କରି ସମସ୍ୟା ସମ୍ଭାଳି ନିଏ

ଗରିବ ଚାଷୀଟିର କ୍ଷୟକ୍ଷତି କି ଭରଣା ହୁଏ ?

ଝିପି ଝିପି ବରଷା ପାଗ ବିଗାଡେ ।

   


Rate this content
Log in

Similar oriya poem from Tragedy