STORYMIRROR

Laxminarayan Sahoo

Tragedy

3  

Laxminarayan Sahoo

Tragedy

ଝିଅଙ୍କ ପାଇଁ କବିତା

ଝିଅଙ୍କ ପାଇଁ କବିତା

1 min
206

 ମୁଗ୍ଧ ଚାହାଣୀରେ

ମୋତେ କାହିଁକି ଅନେଇ ରହିଛୁ ଲୋ ଝିଅ

ମୋର କ'ଣ ଅଛି ବିଶେଷତ୍ଵ

ଅବା ମୁଁ ତୋର ହେବି ଉପଯୁକ୍ତ 

ନା ନା କିଏ ତୋ ପ୍ରେମର ହେବ ଯୁକ୍ତିଯୁକ୍ତ !


 କେଉଁ ଅୟୂତ ଯୁଗରୁ

ମୋ ଭିତରେ ବସା ବାନ୍ଧି ରହିଅଛି

ମହାକାଳ ସର୍ପ

ସାପର ଭୋକରେ ଜଳି ଯାଉଛି

ତୋ ପରି ନିରୀହାଙ୍କ ସ୍ଵପ୍ନ ଭର୍ତ୍ତି ଫୁଲର ସହର ।


 ବାହାର ମୋ ସବୁଜ ବନାନୀ

ଭିତର ମୋ ଜ୍ୱାଳାମୁଖ

ଉଦଗରିଲେ ଲାଭା

ସବୁ ହୋଇବ ଶ୍ମଶାନ ।


 ତୋର ସରାଗର ପ୍ରେମ

ବ୍ୟାକୁଳ ଆତ୍ମିୟତା

ଆତ୍ମ ନିବେଦନ

ପ୍ରବଞ୍ଚନାର ବିଷେ ଗୋଳି ହୋଇ

ତୁ ଟିକେ ପାରିବୁନି ସୁଖ

ଲୋ ଝିଅ ଫେରେଇ ନେ ତୋ

ଅପଲକ ମନ୍ତ୍ର ମୁଗ୍ଧ ସରସ ଚାହାଣୀ

ଶୁଣି ଦୁଃଖ କରିବୁନି

ଏ ମୋ ଅପ୍ରିୟ ସତ୍ଯର କାହାଣୀ ।


 ତୋର ସବୁ ସାଇତା ସୁଖ ସ୍ଵପ୍ନ ମାନଙ୍କୁ

ଏବେ ପଞ୍ଜୁରୀ ମୁକ୍ତ କରିଦେ ଲୋ ଝିଅ

ଏବଂ ହୋଇଯା ତୁ

ବାସହୀନ କାମହୀନ ପାଷାଣୀ ଅହଲ୍ୟା

କିନ୍ତୁ ମନେ ରଖିଥିବୁ ଝିଅ

ପ୍ରତିକ୍ଷା କରିବୁନି

କେଉଁ ରାମ ପଦରଜ ରେଣୁ ଲାଗି

ପୁଣିଥରେ ହୋଇଯିବୂ

ସୁବାସିନୀ ଟହ ଟହ ଚମ୍ପା ।


 ଝିଅ ହୋଇ ଯେଣୁ ଜନ୍ମ ନେଲୁ

ନିଜର ବୋଲି ସୁଖ ଶାନ୍ତି ସ୍ଵପ୍ନ

ନାହିଁ ତୋ ଜୀବନେ

ବାଶ୍ ଜଳିବୁ ଖାଲି ତୁ

କେଉଁ ଅପାରଗ ବାପର ଦୁଃଖରେ

ବୋଉର ଗାଳି ଭର୍ତ୍ସନାରେ

ଦୁନିଆର ନାକ ଟେକାରେ

ତ କାହାରି ହାତଟେକା ପ୍ରେମରେ ।


 କିନ୍ତୁ ମନେ ରଖିଥିବୁ ଝିଅ

ଅବଳା ଦୁର୍ବଳା ନୁହେଁ

ଝିଅ ଜନ୍ମ କେବଳ ପରଘର ପାଇଁ ନୁହେଁ

ସେ ଶକ୍ତି

ସେ ସରସ୍ଵତୀ

ସେ ସଂହାରକର୍ତ୍ତୀ

ତୁ ଖାଲି ଆତ୍ମ ସ୍ଵାଭିମାନ ନାରୀତ୍ଵର ବୁନିଆଦି

ଦେବୁନାହିଁ ବଳି ।।


Rate this content
Log in

Similar oriya poem from Tragedy