STORYMIRROR

Padmalaya Mishra

Abstract Inspirational

4  

Padmalaya Mishra

Abstract Inspirational

ଝିଅ

ଝିଅ

1 min
307


ଝିଅ ବସନ୍ତର ମଳୟ

ପୂର୍ଣ୍ଣ କରେ ନୀଳୟ

ଜୀବନର ମଧୁ ଉପବନ

ପୁନେଇ ରାତିର ଜହ୍ନ

ଅମୃତ ଭରା କଳସ

ଭରିଦିଏ ଚିର ହରସ ।।


ଝିଅ ଲକ୍ଷେ ତପସ୍ୟାର ଫଳ

ଝରଣାର ସୁଶୀତଳ ଜଳ

ଅୟୂତ ସ୍ଵପ୍ନର ଆକାଶ

ସବୁଜ ଉପତ୍ୟକାର ହସ

ହୃଦୟର ମଧୁର ଆଶା

ସ୍ନେହ ସୌଭାଗ୍ୟର ପରିଭାଷା ।।


ଝିଅ ମୋ ଦୁଇ ଆଖିର ତାରା

ମୋ ପାଇଁ ସମ୍ପୂର୍ଣ୍ଣ ଧରା

ମୋ ନିଶ୍ଵାସର କାରଣ

ମୋ ହୃଦୟର ସ୍ପନ୍ଦନ

ମୋ ଜୀବନର ଆଶାବାଡି

ସଂସାରକୁ ବାନ୍ଧି ଧରିଥିବା ଦଉଡି ।।



Rate this content
Log in

Similar oriya poem from Abstract