STORYMIRROR

Satyabati Swain

Classics

4  

Satyabati Swain

Classics

ଝିଅ

ଝିଅ

1 min
378


ଝିଅ :

ବାପଘରେ ଥିବାଯାଏ ଅତି ସୁକୁମାରି ଗେହ୍ଲେଇ

ସୁନା, ଧନ, ମୋ ମା ଟା, ରାଣୀ ,କଣ୍ଢେଇ

ଝିଅଟି ନଈ ପରି ଇଚ୍ଛା ମୁତାବକ ବହୁଥାଇ

ତା ହସ, ବେଶ, ସ୍ୱପ୍ନରେ ଜହ୍ନର ଛାଇ

ତା ଯୋଗୁଁ ଘର  ସରଗ ପରି ଲାଗଇ

ଓଷା ପର୍ବ ପର୍ବାଣୀ କେବେ ଜଣା ପଡଇ

ମରିବା ପର୍ଯ୍ୟନ୍ତ ବାପା ମାଆଙ୍କର ଝିଅ ହୋଇ ରୁହଇ

ବାପା ମାଆ ଆଖିରୁ ଯେ ଲୁହପୋଛଇ

ତା ଭାଗେ ଷଠି ଦୂତି ଯେତେକ ଯାତନା କିଆଁ ଲେଖଇ !

ଝିଅ :

ଝିଅ ଖୋଳପା ଫିଙ୍ଗି ଶାଶୁ ଘରେ ଗଲେ ବୋହୁ ହୋଇ

ସ୍ୱାଧୀନତା ସ୍ୱାଭିମାନ ଇଚ୍ଛା ଅନିଚ୍ଛା କିଛି ନଥାଇ

ନଈରୁ କେନାଲ ହୋଇ ଆଉ କା ଇଚ୍ଛାରେ ବୁହଇ

ଯେତେ ଆଧୁନିକା,ସ୍ୱାବଲମ୍ବୀ ହେଲେ ବି ସେ

ଧରାବନ୍ଧା ଶଗଡ଼ ଗୁଳାରେ ଚାଲିବାକୁ ବାଧ୍ୟ ହୁଅଇ

ଆଶ୍ଚର୍ଯ୍ୟ :

ସେ ଯେମିତି ଶାଶୁଘର ସବୁ ଲୋକଙ୍କୁ ନିଜର କରଇ

ତା ବାବାମାଙ୍କୁ ଶାଶୁ ଘର ଲୋକେ ସେମିତି କରନ୍ତିନି କଣ ପାଇଁ !

ଏଇଟା ଗୋଟେ ଝିଅର ଅକୁହା ହୃଦର ଯନ୍ତ୍ରଣାର ଯୁଇ।

ଝିଅ:

ଅଧା ଆଲୁଅ ଅଧା ଛାଇ ଜହ୍ନ ପରି ଜୀବନ

ତା ପାଇଁ ସବୁ ନୀତି ନିୟମ,ବିଧି ଓ ବିଧାନ

ଧର୍ଷିତା ହେଲେ,ଝିଅ ଜନ୍ମ କଲେ,ସେ ହୁଏ କାରଣ

ଏକାକୀ ବଢ଼ିଲା ଝିଅଟେ ରାତିରେ ଯିବା ବାରଣ

ସ୍ୱାଧୀନ ଦେଶର ପରାଧୀନ ପିଞ୍ଜରାବଦ୍ଧ ଶୁଆଟେ ଜାଣ

ସ୍ୱାମୀ ମଲେ ସେ ହୁଏ ଶ୍ରୀ, ଆଭୂଷଣ ହିଁନା ଓ ପାଷାଣ

ସ୍ତ୍ରୀ ମଲେ ସ୍ୱାମୀ ନିଃସଙ୍କୋଚେ କରେ ଆନ ସ୍ତ୍ରୀ ଗ୍ରହଣ 

କିନ୍ତୁ ସ୍ତ୍ରୀ ଟିଏ ପାଇଁ ସମାଜରେ ଲକ୍ଷ୍ମଣ ଗାର ବିଧାନ

ହଁ ଏବେ କିଛି ଝିଅ ବଞ୍ଚନ୍ତି ନିଜ ଭାଗର ଜୀବନ

କାଳେ କାଳେ ଝିଅବୋହୁ,ସ୍ତ୍ରୀ,ମା ଭାବେ ସହେ କଷଣ

କିନ୍ତୁ ଝିଅଟିଏ ସେ ଯେ ସ୍ରଷ୍ଟାଟିଏ ଚିର ସୃଷ୍ଟି ସର୍ଜନାରେ ମଗନ

ଏକଥା ନ ଭୁଲି ଟିକେ ହେଜ ହେ ଜୀବ ଶ୍ରେଷ୍ଠ ବିଜ୍ଞ ଜନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics