STORYMIRROR

Bharatabandhu Biswal

Abstract Classics

4  

Bharatabandhu Biswal

Abstract Classics

କର ମାତ ପରିତ୍ରାଣ

କର ମାତ ପରିତ୍ରାଣ

1 min
167


ଜାଗେ ଜନମନ ଅଧିରେ ବିଭୋରେ

ଆସିଛି ଶୁଭ ପାର୍ବଣ

ଗାଆଁ ଠୁ ସହର ଉତ୍ସବ ମୁଖର

ବାଜେ ବାଇଦ ମୃଦଙ୍ଗ ।

ଶଙ୍ଖ ଘଣ୍ଟ ଝାଞ୍ଜ ହୁଳହୁଳି ନାଦେ

ପଡୁଛି ପୃଥ୍ୱୀ ଉଛୁଳି

ଆସୁଛନ୍ତି ମାତା ଶାକାମ୍ବରୀ ଦୁର୍ଗା

ସିଂହର ପୃଷ୍ଠରେ ଚଢି ।

ବିରାଜିବେ ମାତା ପୀଠ ମଣ୍ଡପରେ

ଜଳିବ ଅଖଣ୍ଡ ଦୀପ

ଧରଣୀ ହୋଇବ ସ୍ୱଚ୍ଛ ସୁପବିତ୍ର

ହୃଦୟ ଭକ୍ତି ପ୍ଲାବିତ ।

ଆଶ୍ୱିନ ମାସର ମହାଳୟା ଠାରୁ

ଦଶହରା ଦଶମୀରେ

ଜ୍ୟୋତ୍ସ୍ନା ପ୍ଲାବନ ସସାଗରା ମହୀ

ପୂଜନ ମାତା ବିଧିରେ ।

ଆଗମନୀ ସୁରେ ପବନର ତାଳେ

ନୃତ୍ୟରତା କାଶତଣ୍ଡୀ

ପାର୍ବଣ ପୁଲକେ ଉତ୍ଫୁଲ୍ଲିତା ସର୍ବେ

ପୂର୍ଣ୍ଣ ଗର୍ଭା ନଦନଦୀ ।

ମାତା ହିଁ ଧରମ ମାତା ସୁସଂସ୍କାର

ମାଆ ନାମେ ଅମୃତ ବୋଳା

ଗରୀୟସୀ ମାତା ସରଗ ସମ୍ପଦୁ

ମାଆ ଅନନ୍ୟା ଅତୂଲ୍ୟା ।

ଦୁର୍ଗ ଅଧିଷ୍ଠାତ୍ରୀ ମାତା ମହାଶକ୍ତି

ଶାନ୍ତା କାନ୍ତା କମନୀୟା

ଦୁର୍ଗତି ନାଶିନୀ ସୃଷ୍ଟିରୂପା ମାଆ

ଭବାନୀ ଶିବାନୀ ଦୁର୍ଗା ।

ତ୍ରେତୟାରେ ରାମ ପୂଜିଲେ ଶାରଦେ

ଜିଣିବାକୁ ଲଙ୍କପତି

ମାତାଙ୍କ ଆଶିଷ ଲଭିଲେ ସୁରଥ

ପୁଷ୍ୟମିତ୍ରେ ଥିଲେ ଜିତି ।

ଭକତିର ଅର୍ଘ୍ୟ କରି ସମର୍ପଣ

କରୁଅଛୁ ନିବେଦନ

ଦୂର କର ମାତ ଅଗତି ଦୁର୍ଗତି

ଦୂରିତ କର ଦହନ ।

ସମନ୍ଵିତ ହେଉ ବ୍ୟକ୍ତି ଓ ସମାଜ

ଶକ୍ତି ହେଉ ସଂରକ୍ଷଣ

ବିକଶୁ ସଭ୍ୟତା ଜ୍ଞାନ ସୁସଂସ୍କାର

କର ମାତ ପରିତ୍ରାଣ ।

  


Rate this content
Log in

Similar oriya poem from Abstract