STORYMIRROR

Prafulla Das

Classics

4  

Prafulla Das

Classics

ଧୂ ଧୂ ଖରାଵେଳ ନଦୀ ଓ ନାରୀ

ଧୂ ଧୂ ଖରାଵେଳ ନଦୀ ଓ ନାରୀ

1 min
204


ଧୂ ଧୂ ଖରାଵେଳ ,

ଶୋଷିଲା ନଈ ଓଠ ଚାଣ୍ଟୁଛି

ଉତପ୍ତ ବାଲୁକା ଶେଜରେ

ସଵୁ ଶୋଇଗଲା ପରେ

ସିଝି ସିଝି କଇଥା ପଡୁଛି ତା ପିଠି

ବୁନ୍ଦା ବୁନ୍ଦା ଝାଳ ପୋଛେ, ପଣତ କାନିରେ

ଥକି ଯାଇ ଥିବା ନାରୀଟିଏ ପରି


ଧାରେ ତତଲା ପାଣି ରେ, ଧୋଉଥାଏ ମୁହଁ

ଆଖି ର ଲୁହରେ ମିଶାମିଶି କୋହ

ଵକ୍ଷ ତାର ଏବେ ଶୁଷ୍କ,

ଝରୁନାହିଁ ଅମୃତ ର ଧାରା

ଶ୍ୟାମଳ କେଦାର କୋଳେ ଭାଂଗୁ ନାହିଁ

ସୁନା କେରା କେରା,

ମଧୁମକ୍ଷୀ ଶୋଷିବାକୁ ପାଉନାହିଁ ମଧୁ

ସବୁ ତ ଚିପୁଡି ନିଗାଡି ଶୋଷି ନେଲାପରେ

ଦରିଆ ବି ଭୁଲି ଗଲା

ଝରଣା ବି ଝୁରି ମଲା

ଏଵେ ଧୁ ଧୁ ଖରା ଵେଳେ ଶୁଖିଲା ନଈଟି


ଉଛୁଳା ପାଣି ରେ ପାଣିକୁଆ 

ମାରୁ ଥିଲା ଡୁବ

ଆଇଁଷିଆ ମନଟା ପୁରିଗଲା ପରେ

କିଏ ଏବେ କହୁନାହିଁ

ନଈ ଟା ଫୁଲେଇ, ଦେଖ ଏଥର ପୂର୍ଣ୍ଣଗର୍ଭା

କୂଳ ଲଂଘି ଗଲା

ମାନ ମହତ ଦାଣ୍ଡରେ ପଡ଼ିଲା

ଧୁ ଧୂ ଖରାଵେଳ ଶୁଖିଲା ନଈଟା


ମାଛରଙ୍କା ମାୟା ଜାଲ ବୁଣୁ ନାହିଁ

ଏବେ ନାହିଁ କାଚ କେନ୍ଦୁଜଳ

ତିମୀର ଆକାଶେ ତାରା

ଚୁପି ଚୁପି ଚୋରାଉନି ଆଖିର କଜଳ

ପୋଡ଼ା ଘା' ରୁ ଏବେ ଛାଡୁଛି ବକଳ

ଖସି ଖସି ଯାଉଛି ଵୟସ ଆଉ ବଳ

ତମେ ତ ପୁରୁଷ

ପାରିଵାକୁ ପୁରା ଧୁରନ୍ଧର

ଏବେ ଫଟା ଡଙ୍ଗା ଟି ପଡିଛି

ନଦୀ ନିଜେ ପାରିହେବ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics