STORYMIRROR

Chittaranjan Nanda

Classics

4  

Chittaranjan Nanda

Classics

ଦିଅଁ ଦର୍ଶନ, ପାପ କି ହୁଏ ଖଣ୍ଡନ?

ଦିଅଁ ଦର୍ଶନ, ପାପ କି ହୁଏ ଖଣ୍ଡନ?

1 min
243


ସ୍ୱଛ ମନଠୁଁ ସୁନ୍ଦର ଆଉ ଏଇ 

ସଂସାରରେ କିଛି ନାହିଁ

ମଇଳା ଆଛାଦିତ ମନ କେବେ 

ତ ପବିତ୍ରତା ଦିଏ ନାହିଁ


ସ୍ବାର୍ଥ ଆଛାଦିତ ମନ, କରେ ତ

ସବୁଂକୁ ବାଟ ବଣା

କେତେ ଅଘଟନ ଘଟେ ପ୍ରତିଦିନ, 

ଅଛି କି ତାର କଳନା 


ଭଙ୍ଗା ଆଇନା ପରି, ଭଲ କଥା ଯେ

ଦିଶଇ ବିରୂପ ହୋଇ

ବିବେକର ପ୍ରୟୋଗେ ନିତି ଚାଲିଲେ 

ମନ ସ୍ୱଛ ରହିବ ଯାଇଁ


ମୁଁ ବୁଲି ଆସେ ଯେବେ ପାହାନ୍ତିଆର

ନୀରବ ଆକାଶରେ 

ଅଶେଷ ଶାନ୍ତି ମିଳେ, ନୂତନ ଚେତନା 

ଦିଅଇ ମନରେ 


ପାପ କରି ହେ ପାପୀ ଗଣ, ଯେତେ 

ଦିଅଁ ଯାଇଁ କର ଦର୍ଶନ

ମୁଁ ମାନେନା ସେହି ତତ୍ତ୍ୱ ଯାହା କହେ,

ଜନ୍ମ ଜନ୍ମାନ୍ତର ପାପ ହୁଏ ଖଣ୍ଡନ


ଅନ୍ଯାୟ ଅନୀତି ବଢି ଚାଲେ ଆଜି, 

ସେହି ତତ୍ତ୍ୱକୁ ଦ୍ୱାହି ଦେଇ

ଅକାରଣେ ବର୍ଣ ଧର୍ମ ଭେଦଭାବର ବିଚାର,

କେବେ ନଥିଲା ପ୍ରକୃତିଠେଇ


ସତ୍ୟର ପଥେ ଚାଲି, ଶାନ୍ତି ଦୟା

କ୍ଷମାର ଚକ୍ଷ୍ଯୁ ଖୋଲିଲେ

ସଦା ପ୍ରତିବିମ୍ବ ଝଟକି ଉଠିବ ଆଇନା

ସମ୍ମୁଖେ ଠିଆ ହେଲେ


କେଉଁ ଭାଷାରେ ବର୍ଣିବି ସୁନ୍ଦର ମନକୁ,

ଭାଷା ମୁଁ ପାଉନି ଜମା

କବି ତ ନୁହେଁ ମୁଁ, ଚେଷ୍ଟା କରୁଛି, ଭୁଲକୁ

ମୋର କରି ଦେବ କ୍ଷମା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics