STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Abstract Classics

4  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Abstract Classics

ଅଙ୍କା ବଙ୍କା ନଈ

ଅଙ୍କା ବଙ୍କା ନଈ

1 min
199

      


ଜୀବନଟା ଏକ ଅଙ୍କାବଙ୍କା ନଈ 

     ବହିଯାଏ ଆଶାର ସ୍ରୋତକୁ ନେଇ,

ଦୁର୍ଗମ ଶିଳାସ୍ତର ଭେଦାଇ ଦେଇ 

    ଆଗକୁ ଆଗକୁଯାଏ ସେ ଆଗେଇ। 


ପଥେ ତାର ଆସେ ଯେତେ ପ୍ରତିବନ୍ଧ 

    ପାରେନା ତାକୁ କରି ସେ ଅବରୋଧ,

ମୃତ୍ତିକାର ରୂପ କରି ହୃଦବୋଧ 

      ଗତିକରେ ଦ୍ରୁତ ମନ୍ଥର ଅବାଧ। 


ଅଙ୍କାବଙ୍କା ପଥ କେତେ ଅନୁସରି 

     ଏକ ଲକ୍ଷ୍ୟେ ଯାଏ ଅତିକ୍ରମ କରି, 

ସାଗର ସଙ୍ଗମ ମନୋଭାବ ଧରି 

     ଦେଖୁଥାଏ ସେ ସପନ ଅସୁମାରୀ।


ସୁଖ ଦୁଃଖ ତାର ଅଟେ ଦୁଇକୂଳ 

       ମଝିରେ ପ୍ରବାହିତ ମଧୁର ଜଳ,

ବିପଦ ବନ୍ୟାରେ ହୁଏ ଅସମ୍ଭାଳ 

      ନିଦାଘ ସମୟେ ପାଲଟଇ ସ୍ଥଳ।


ଯେତେ ନଈ ନୁହଁନ୍ତି କେହି ସରଳ 

     ପଥ ତାର ଅଙ୍କା ବଙ୍କାରେ ଜଟିଳ,

ଖାଲ ଢିପ ଶଯ୍ୟା କରି ସମତଳ 

     ବହିଯାଏ ସ୍ରୋତ ତାର ଅନର୍ଗଳ।


ନଈ ପରି ଜୀବନ ବି ଏକ ନଈ

   ବାଟ ତାର ଅଙ୍କା ବଙ୍କା ଥାଏ ହୋଇ,

ଦୁଃଖ ଯନ୍ତ୍ରଣା କେତେ ସେ ସହିସହି 

     ସଫଳତାର ସୀମାକୁ ଯାଏ ବହି।


ନଈ ଇଚ୍ଛା ଛୁଇଁବାକୁ ଆନିକଟ 

    ଜୀବ ଇଚ୍ଛା ପରମଙ୍କ ସାଥେ ଭେଟ,

ଜୀବନ ଓ ନଈର ସମାନ ବାଟ 

   ଏଡି ତ ପାରେନା କେହି କଲେ ହଟ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract