ଦେବୀ ଭବାନୀ
ଦେବୀ ଭବାନୀ
କାଶତଣ୍ଡି ମାଳ ମାଳ
ଧବଳ ଚାମର ସମାନ ଲହରେ, ଦିଶଇ ବଡ଼ ସୁନ୍ଦର ।
ଦିଶଇ ବଡ଼ ସୁନ୍ଦର
ଆକାଶ ପ୍ରଦେଶେ ତୁଳାଭିଣା ମେଘ
ଅବା, ସତେକି ସ୍ଫଟିକ ମାଳ
ହାତେ ଧରି ଉଭା ଦିଗାଙ୍ଗୀ ସୁନ୍ଦରୀ
ବନ୍ଦନେ ଦେବୀ ପୟର ।
ଛାଡି ଛାଡି ଯାଏ ବର୍ଷା
ଟୋପିଟୋପି ମାଇକାକର ପଡୁଛି,ଶୀତେଇ ଯାଉଛିରସା ।
ଶୀତେଇ ଯାଉଛି ରସା
ଅଶିଣ ସକାଳ ଦିଶଇ ଉଜ୍ଜ୍ୱଳ
ଯେତେ, କାକ କୁମ୍ଭାଟୁଆ ଭାଷା
ଉଛୁଳି ଉଠୁଛି ଦଶଦିଶ ସାରା
ହରଷ ହୁଅଇ ଚଷା ।
ମହୁମାଛି ଗୁଣୁ ଗୁଣୁ
ଫୁଲରୁ ଫୁଲକୁ ଉଡି ବୁଲୁଅଛି, ବଜାଉଛି କି ସେ ବେଣୁ ।
ବଜାଉଛି କି ସେ ବେଣୁ
ଦେବୀ ଆବାହନୀ ଗୀତ ତାଳେ ତାଳେ
ସେତ, ଉଡାଉଛି ଫୁଲ ରେଣୁ
ଆସ ମହାଦେବୀ କୈଳାସ ବାସନୀ
ଦିବ୍ୟାମ୍ଵରା ଦିବ୍ୟ ତନୁ ।
ଶୁଭ ବାଦ୍ୟ ତାଳେ ତାଳେ
ସିହପୃଷ୍ଠେ ବସି ଆସ ଭଗବତୀ, ଦୁଃଖ ଦୂର କରବାରେ ।
ଦୁଃଖ ଦୂର କର ବାରେ
ଅଧମ ଏଜନ ସମାଜ ଏଠାରେ
ତୋର, ପ୍ରତିକ୍ଷାରେ ଅବିରଳେ
ଚାହିଁ ରହିଛନ୍ତି ଆକୁଳ ଅନ୍ତରେ
ଆସ ଏ ଶୁଭ ବାସରେ ।
