STORYMIRROR

Gayatri Singh

Classics Inspirational Others

4  

Gayatri Singh

Classics Inspirational Others

ଅପହଞ୍ଚ

ଅପହଞ୍ଚ

1 min
160


ଆଜି ପୁଣି ଇଛା ହେଉଛି

ପହଂଚି ବାକୁ ସେଇ ପୁରୁଣା 

ସମ୍ପର୍କ ପାଖରେ

ଯେଉଁଠି ବିତିଥିଲା ମୋର 

ବାଲ୍ୟଧୂଳି ଖେଳ

ଯାହାର ଆଙ୍ଗୁଳି ଧରି ପୃଥିବୀରେ 

ପାଦ ଥାପିଥିଲି,

ଯିଏ ମୁଣ୍ଡ ଉପରେ ଥିବା ଶୁନ୍ୟତାକୁ

ଆକାଶ ବୋଲି ଶିଖାଇଥିଲା

ପାଦ ଥାପିଥିବା ଭୂମିକୁ 

ଧରିତ୍ରୀ ବୋଲି କହିଥିଲା

ସଂସାରର ଆହୁରି ଅନେକ ସହିତ 

ପରିଚିତ କରିଥିଲା ।

ତା'ରି କାନ୍ଧରେ ଭରା ଦେଇ ବଡ ହୋଇଥିଲି

ତା'ରି ପଣତକୁ ଅଳି ଅଝଟର ଲୁହ

ସିଙ୍ଘାଣିରେ ଭିଜାଇ ଦେଉଥିଲି।

ତା' ମନାକରା ରାସ୍ତାରେ ଚାଲିଲି ବୋଲି ପର ହୋଇଗଲି,

ପର ନୁହେଁ ସାତ ପର ହୋଇଗଲି।

ଭାବିଥିଲି ଫୁଲର ସହରେ 

ପାଦ ଥାପିଛି 

ହେଲେ କଣ୍ଟାରେ ଅଟକି ଗଲି

ଜୀବନ ମରୁର ଭୟଙ୍କର ଝଡ଼ରେ

ଦିଗହରା ହୋଇଗଲି।

କେଉଁ ଅସତର୍କ ମୁହୂର୍ତ୍ତରେ 

ତମ ହାତ ମୁଠାରୁ ଆଙ୍ଗୁଳି 

ଖସେଇ ଦେଲି ଯେ 

ପୁଣି ଖୋଜି ଚାଲିଛି ସେହି ଅପହଞ୍ଚ

ସ୍ନେହର ପଣତ

ପୋଛିବାକୁ ପଶ୍ଚାତାପର ଲୁହ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics