Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rupali priyadarshini Samantaray

Classics

4.5  

Rupali priyadarshini Samantaray

Classics

ମାଆ ତୁ ଆସିବୁ ବୋଲି

ମାଆ ତୁ ଆସିବୁ ବୋଲି

1 min
304


କାଶତଣ୍ଡି ଫୁଲ ଇଶାରା ଦେଲାଣି

ମାଆ ତୁ ଆସିବୁ ବୋଲି ।

ନାଲି ପାଟ ଶାଢ଼ୀ ସାଇତି ରଖିଛି

ତତେ ସଜେଇବି ବୋଲି ।

ପାଦେ ନାଇ ଥିବୁ ନାଲି ଅଳତାକୁ

ଅଙ୍ଗେ ନାଲି ପାଟ ଶାଢ଼ୀ ।

ସିନ୍ଦୂର ମୁହିଁ ମା ନାଇବୁ ସିନ୍ଦୂର

ହାତେ ପୁଣି ନାଲି ଚୁଡି ।

ଗଳାରେ ନାଇକି ଅଷ୍ଟ ରତ୍ନ ହାର

ସଜ ହେଇଥିବୁ ତୁହି ।

ତୋର ଶୋଭା ରୂପ ଦେଖିକି ମାଆଲୋ

ଖୁସି ହେଉଥିବି ମୁହିଁ ।

ଦୁର୍ଗତି ନାସିନି ଅଭୟ ଦାୟିନୀ 

ବିଜେ ହେବୁ ଧରା ପରେ ।

ହରିବୁ ଯାତନା ଭରି ଦେବୁ ଖୁସି

ସୁଭାଶିଷ ଢାଳି ଶିରେ ।

ଶରତ ଋତୁର ଶୁଭ ଲଗନରେ

ହୋଇବୁ ଲୋ ମାଆ ଉଭା ।

ଶୈଳ ପୁତ୍ରୀ ମାଆ ତୋର ଅଗମନେ

ଧାରାରେ ବଢିବ ଶୋଭା ।

ବ୍ରହ୍ମ ଚାରିଣି ରୂପେ ତୋର ମାଆ

ଦୁରେଇବୁ ଅହଙ୍କାର ।

ସବୁ ମନେ ପୁଣି ଭରି ଦେବୁ ତୁହି

ଭାବ ଶ୍ରଦ୍ଧା ସଞ୍ଜମର ।

ଚନ୍ଦ୍ର ଘଣ୍ଟା ରୂପ ଐଶ୍ୱର୍ଯ୍ୟ ସ୍ୱରୂପ

ସୁଖ ସମୃଦ୍ଧିର ପ୍ରତୀକ ।

କୁଷ୍ମାଣ୍ଡା ରୂପ ତୋ ଦୂର କରେ ବ୍ୟାଧି

ରଖେ ମାନ ଯଶ ଟେକ ।

ସ୍କନ୍ଧମାତା ତୁହି ଏହି ଧରା ପରେ

ଉଭା ହେବୁ ଚତୁର୍ଭୁଜା ।

ଶୁଭ୍ର ବର୍ଣ୍ଣ ରୂପ କମନୀୟ ତୋର

ପୂର୍ଣ୍ଣ କରିବୁ ତୁ ମନବାଞ୍ଛା ।

କାତ୍ୟାୟନୀ ରୂପ ବିରତ୍ଵ ପ୍ରତୀକ

ନାସିବୁ ଶତ୍ରୁକୁ ତୁହି ।

ବିନାସି ଶତ୍ରୁକୁ ସୁଖ ସମୃଦ୍ଧିର

ଆଶିଷ ଦେବୁ ମା ତୁହି ।

ଘନ ଅନ୍ଧାରର ମୁକୁଳା କେଶରେ

ଦୁଷ୍କୁର୍ତ ବିନାସି ଥାଉ ।

କାଳ ରାତ୍ରୀ ବେଶେ ବଢାଇକି ଭୀତ

ପାପୀଙ୍କୁ ଡରାଇ ଥାଉ ।

ଗୌରୀ ରୂପ ତୋର ଗୌର ବର୍ଣ୍ଣ ମାଲୋ

ସବୁଠୁ ପ୍ରିୟ ମୋହରି ।

ସିଂହ ବାହିନୀ ମାଆ ଶାନ୍ତି ପ୍ରଦାୟିନୀ

ବିପଦରୁ ଦେବୁ ତାରି ।

ସିଦ୍ଧିଦାତ୍ରୀ ରୂପେ ଶଙ୍ଖ ପଦ୍ମ ହସ୍ତେ

ଅଭିଷ୍ଟ କରିବୁ ପ୍ରାପ୍ତି ।

ଦରିଦ୍ର ଭଞ୍ଜନି ଦୁର୍ଗତି ନାସିନୀ

ମାଆ ତୁହି ଭଗବତୀ ।

ପୁବେଇ ପବନ କରଇ ଉଛନ

କାଶତଣ୍ଡି ହସେ ଖାଲି ।

ସଜେଇ ହେଲାଣି ଧରା ଧାମ ପୁଣି

ମାଆ ତୁ ଆସିବୁ ବୋଲି

ମାଆ ତୁ ଆସିବୁ ବୋଲି ।


Rate this content
Log in

Similar oriya poem from Classics