STORYMIRROR

Dr.Soumya Ranjan Khatua

Abstract Classics

4  

Dr.Soumya Ranjan Khatua

Abstract Classics

ହେ ଜଗନ୍ନାଥ ଜଗତଗୁରୁ

ହେ ଜଗନ୍ନାଥ ଜଗତଗୁରୁ

1 min
184


ସମର୍ଥ ପ୍ରଜ୍ଞାଦୀପ୍ତ ତୁମେ ଦିବ୍ୟ ଉତ୍ତରଣ ,

ତମସା ତୀରେ ତୁମେ ଏକ ହିଁ ଜାଜ୍ଜ୍ୱଲ୍ୟମାନ ,

ତୁମେ ମୋ ପାପୀ ଜୀବନର ଗଙ୍ଗା ସ୍ୱର୍ଗ ପାଇବାର କାରଣ,

ହେ ଗୁରୁ ଜଗତଗୁରୁ ମହାବାହୁ ଜଗତନାଥ ଶ୍ରୀଜଗନ୍ନାଥ

ତୁମକୁ କୋଟି କୋଟି ପ୍ରଣାମ ।।୧


ତୁମେ ମୋ ଜୀବନର ପଥ ପ୍ରଦର୍ଶକ ,

ତୁମେ ଦେଇଛ ମୋତେ ଏ ମିଛ ଦୁନିଆରେ ବଞ୍ଚିବାର ଉତ୍କର୍ଷ ,

ହୃଦୟରେ ମୋ ଭରିଚ ତୁମ ପ୍ରେମ ରୂପୀ ଜ୍ଞାନାଲୋକ ,

ମୋ ପାଖେ ପାଖେ ସବୁକ୍ଷଣେ ଅଦୃଶ୍ୟ ରୂପେ ରହି

ହୋଇଛ ମୋ ଜୀବନର ଦିଗ୍ଦଦର୍ଶକ ।।୨


ତୁମ ସତ ନାମ ଦେଇ ନେଇଛ ତୁମେ ଅନ୍ଧକାର ରୁ ଆଲୋକକୁ ,

ପୁଣି ଗୀତା ଜ୍ଞାନ ଦେଇ ଅଜ୍ଞାନତାରୁ ଜ୍ଞାନ ମାର୍ଗକୁ ,

ସହାୟ ହୋଇଛ ମୋ ଜୀବନ ଜଟିଳତାରେ ନେଇ ମୋତେ ସରଳ ପଥକୁ ,

ହେ ହରି ବିଚ୍ୟୁତ କରି ଅଧର୍ମ ପାପ ପଞ୍ଜୁରୀରୁ

ବାଟ ଦେଖାଅ ସର୍ବଦା ଧର୍ମ ମାର୍ଗର ପୁଣ୍ୟ ନଭକୁ ।।୩


ହେ ପରଂବ୍ରହ୍ମ ବୈକୁଣ୍ଠ ନିବାସୀ ଜ୍ଞାନର ସାଗର ,

ହେ ଦାନରେ ମହାଦାନୀ ପ୍ରେମରେ ବିଶାଳ ମହାସାଗର ,

ହେ ଦିବ୍ୟ ବୁଦ୍ଧିଦାତା ମୋ ମୁକ୍ତିଦାତା ପରମ ସଦଗୁରୁ ହେ କେଶବ କରୁଣାସାଗର ,

ହେ ଗିରିଧାରୀ କାଳୀୟ ଦଳନ ଗୋବିନ୍ଦ ଶାନ୍ତିର ସାଗର ।।୪


ହେ ସଗୁଣ ଗୁଣାତୀତ ହେ ସ୍ୱରୂପ ଅପରୂପ ସ୍ରଷ୍ଟା ପାଳକ ସଂହାରକ ,

ହେ ସିଦ୍ଧରକ୍ଷକ ଜୀବ ଚଉରାଶି କୋଟି ଜନ୍ମରୁ ଉଦ୍ଧାରକ ,

ହେ ସବୁ ପ୍ରଶ୍ନବାଚୀର ପୂର୍ଣ୍ଣଛେଦ ପରଂବ୍ରହ୍ମ ଚିରନ୍ତନ ସତ୍ୟ ହେ କୃଷ୍ଣ ଦ୍ରୌପଦୀ ମାନରକ୍ଷକ ,

ହେଶାଶ୍ୱତ ମୋ ପ୍ରାଣପ୍ରିୟ ପ୍ରଭୁ ଜଗତ ଗୁରୁ ମୋ ଜଗନ୍ନାଥ 

ପାପୀ ଦୁନିଆରୁ ରକ୍ଷାକର ହେ ମୋ ଗୁରୁ ମୋ ରକ୍ଷକ ।।୫



Rate this content
Log in

Similar oriya poem from Abstract