STORYMIRROR

ajit Das

Classics

4  

ajit Das

Classics

ହେ ପିତା

ହେ ପିତା

1 min
242

ହେ ଜନକ ତୁମ୍ଭେ ଅଟ ଏକାଧାରେ

  ବ୍ରହ୍ମା ବିଷ୍ଣୁ ମହେଶ୍ୱର

ଆଉ କି ଶବଦ ପାଇବି ଖୋଜିଲେ

  ଦେବା ପାଇଁ ପଟ୍ଟାନ୍ତର॥୧

ପୂର୍ବ ଭାଗ୍ଯ ବଳେ ଉର୍ବୀ କୋଳେ 

  ଆବିର୍ଭାବ ତୁମ୍ଭ ଅଉରୁଷେ

ଚାଲିବା ଶିଖିଲି ଆଙ୍ଗୁଳିକୁ ଧରି

  ହୋଇଲା ଯେବେ ବରଷେ॥୨

କାଖେଇ କୋଳେଇ ଗୀତ ଦୁଇପଦ

  ସୁମଧୁର ସ୍ବରେ ଗାନ

ଅଳି ଅରଦଳି ସହ୍ଯ କରି ପୁଣି

 କଲ ଲାଳନ ପାଳନ॥୩

ପିତା ହିଁ ସରଗ ପରମ ଧରମ

  କେବଳ ସତ୍ଯର ପଥ

ସନ୍ତାନ ହୁଅଇ ଭୂବନ ବିଜୟୀ

  ପାଇଲେ ପୟର ତୁସ୍ତ॥୪

ପିତା ସତ୍ଯ ପାଳି ଭ୍ରାତା ଭାର୍ୟ୍ଯା

  ଘେନି ଚତୁର୍ଦଶ ଅବ୍ଦ ବନ

ପିତା ଆଦେଶକୁ ଶିରେ ଘେନି ପୁରୁ

  ଯଉବନ ପରଦାନ॥୫

ନିଦାଘ ବରଷା କାକରକୁ ସହି

  ଅହୋରାତ୍ର ପରିଶ୍ରମ

ପୁତ୍ର ସ୍ନେହେ ଅନ୍ଧ ଭୋକିଲା ପାକରେ

  ଦେଇଛ ମୁଠାଏ ଅନ୍ନ॥୬

ଦୁଃଖ କାଳେ ଟିକେ ସୁଖ ଦେବା

  ପାଇଁ ରାତ୍ରି ସାରା ଉଜାଗର

କୋଳକୁ ବିଛଣା ସଜାଇ ଯତନେ

  ସୁସ୍ଥ କରିଛ ଶରୀର॥୭

ତୁମ୍ଭେ ମୋ ପ୍ରେରଣା ତୁମ୍ଭେ ମୋ

  ଆଦର୍ଶ ବେଦ ଦର୍ଶନ ପୁରାଣ

ହ୍ରୁଦୟ ମନ୍ଦିରେ ପୂଜା କରୁଥିବି

  ଯେତେଦିନ ପିଣ୍ଡେ ପ୍ରାଣ॥୮

ଅବାଟୁ ଫେରାଇ ବାଟ ଦେଖାଇଛ

  ଦେଇଛ କିରତୀ ଯଶ

ଅମର ପୁରୀରୁ ଆସିଥିଲ ମର୍ତ୍ତ୍ଯେ

 ଧରି କି ମଣିଷ ବେଶ॥୯

ମୁଁ ତ କହିବି ତୁମ୍ଭେ ହିଁ କଶ୍ୟପ

  ଦଶରଥ ବସୁଦେବ

 ପ୍ରତି ଜନମରେ ତୁମ୍ଭ ପୁତ୍ର ହେବି

  ଆଶିଷ କଲ୍ୟାଣ ଭବ॥୧୦



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from ajit Das

Similar oriya poem from Classics