STORYMIRROR

Rabindra kumar Sahoo

Classics Inspirational

4  

Rabindra kumar Sahoo

Classics Inspirational

ବ୍ୟାସକବି ଫକୀରମୋହନ ସେନାପତି

ବ୍ୟାସକବି ଫକୀରମୋହନ ସେନାପତି

1 min
292

ଓଡିଆ ସାହିତ୍ୟର

ହେ ବ୍ୟାସଦେବ

ହେ ମହାନୁଭବ

ଧନରେ ଥିଲ ସିନା ଫକୀର

ମାନରେ ଜ୍ଞାନରେ ଥିଲ

ବିଦ୍ଵାନ ପୁଣି ଚତୁର

ତୁମ ଗଳ୍ପ କବିତାର

ଲେଖା ଚାତୁରୀ 

ସତେ କି ଥିଲ ତୁମେ

ଓଡିଆ ସାହିତ୍ୟ ଓ

ଏ ଓଡିଶା ମାଟିର

ଯୁଗସ୍ରଷ୍ଟା ତୁମେ

ସତେ କି

ମୋହନ ବଂଶୀ ଧାରୀ ।

ଏ ଜାତିର ମୁକ୍ତି ପାଇଁ

ଥିଲ ମୁକ୍ତି ସଂଗ୍ରାମୀ

ଇଂରେଜ ମାନଙ୍କ କୁବୁଦ୍ଧିକୁ

ବାରବାର କରୁଥିଲ ଅକାମୀ

ପ୍ରଜାମେଳିର

ତୁମେ ଥିଲ ଦଳପତି

ଚାହୁଁଥିଲ ସଦା ଏ ମାଟିର ମୁକ୍ତି

ସାଜିଥିଲ ପରା ଓଡିଆ ଜାତି ପାଇଁ

ତୁମେ ସେନାପତି ।

ଓଡିଆ ମାଟିର ମୁକ୍ତି ଆନ୍ଦୋଳନ

ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ

ରଚିଥିଲ ତୁମେ ଭାଷା ଆନ୍ଦୋଳନ

ତୁମେ ଯୁଗସ୍ରଷ୍ଟା, ତୁମେ ଦିଗ ଦ୍ରଷ୍ଟା,

ଥିଲ ପୁଣି ସମାଜ ସଂସ୍କାରକ

ଏ ଜାତିର ଏ ମାଟିର ଥିଲ

ଉଜ୍ବଳ ଜ୍ୟୋତି

ହେ ମହାନୁଭବ,

ଓଡିଶା ମାଟିର ଉଜ୍ବଳ ଜ୍ୟୋତିଷ୍କ

ବ୍ୟାସକବି

ଫକୀରମୋହନ ସେନାପତି ।

୧୯୧୮ ମସିହା ଜୁନ୍ ଚଉଦ ତାରିଖେ

ଲଭିଥିଲା ତୁମ ପାର୍ଥିବ ଶରୀର

ଇହଧାମୁ ମହାମୁକ୍ତି

ତୁମେ ଜାଳିଥିଲ

ଓଡିଆ ଜାତିର ମୁକ୍ତି ସଂଗ୍ରାମ

ଆଣିଥିଲ ଉତ୍କଳୀୟ ମାନଙ୍କ

ହୃଦେ ଓ ମନେ ମହାକ୍ରାନ୍ତି

ତୁମେ ଗାଳ୍ପିକ, ଔିପନ୍ୟାସିକ,

କବି, ଲେଖକ,

ସ୍ଵାଧୀନତା ସଂଗ୍ରାମୀ

ଓଡିଆ ଜାତିର ପିତା

ଆଧୁନିକ ଓଡ଼ିଆ ସାହିତ୍ୟର ସ୍ରଷ୍ଟା

ଜାତିର ଗୌରବ ମାଟିର ଗର୍ବ

ତୁମେ ଏ ଉତ୍କଳୀୟ ମାନଙ୍କ

ପ୍ରେରଣା ଓ ମହାଶକ୍ତି

ହେ ମହାନୁଭବ,

ବ୍ୟାସକବି

ଫକୀରମୋହନ ସେନାପତି ।

ତୁମ କାଳଜୟୀ ଲେଖା

ଛଅମାଣ ଆଠଗୁଣ୍ଠ, ମାମୁଁ,

ଲଛମା ଓ ରେବତୀ

ଏସବୁର କ'ଣ କେବେ ହେବ ଇତି

ସୂର୍ଯ୍ୟ, ଚନ୍ଦ୍ର ନଭେ

ହେଉଥିବା ଯାଏଁ ଆତଜାତ

ଏସବୁ କାଳଜୟୀ ସୃଷ୍ଟିକୁ

ମନେ ରଖିଥିବ

ଚିର କାଳ ପାଇଁ

ଆମ ଏ ଓଡିଆ ଜାତି

ତୁମେ ବ୍ୟାସକବି

ତୁମେ ଫକୀର

ତୁମେ ମୋହନ

ତୁମେ ତ ଅଟ ଏ ଜାତିର

ମୁକ୍ତି ସଂଗ୍ରାମୀ ସେନାପତି

ହେ ବ୍ୟାସକବି

ଫକୀରମୋହନ ସେନାପତି

ତୁମ ତିରୋଧାନ ଦିବସେ

ଏ ଓଡିଆ ଜାତିର

ଘେନ ବିନମ୍ର ପ୍ରଣତି

ଚିର ନମସ୍ୟ ଚିର ପୂଜ୍ୟ

କରି ରଖିଛି ରଖିଥିବ ତୁମକୁ

କାଳ କାଳକୁ ଏ ଜାତି

ହେ ମହାନୁଭବ,

ଓଡ଼ିଆ ଜାତିର ଗର୍ବ, ଗୌରବ

ହେ ବ୍ୟାସକବି

ଫକୀରମୋହନ ସେନାପତି ।

 



Rate this content
Log in

Similar oriya poem from Classics