ଦୁର୍ଗାଙ୍କ ନାମ ସ୍ତୁତି
ଦୁର୍ଗାଙ୍କ ନାମ ସ୍ତୁତି
ଆଦ୍ୟାଶକ୍ତି ଭଗବତୀ କାମେଶ୍ଵରୀ ଗୌରୀ
ବୈଷ୍ଣବୀ ଗିରିଜା ମାଗୋ ଉମା ବାଟେଶ୍ଵରୀ ।
ତୋର ନାମ ଗୁଣି ମାଗୋ ଦିନ ଯାଉ ବିତି
ଜଗଦମ୍ବେ କୃପା କର ଦୁଃଖ ହେଉ ଇତି ।
କାତ୍ୟାୟନୀ ହୈମବତୀ ସୁଭଗା ଜୃମ୍ଭିଣୀ
ଧୂମାବତୀ କାମରୂପା ଶିବାନୀ ମୋହିନୀ ।
ଅସୁରଙ୍କ ଅତ୍ୟାଚାର ଅସହ୍ୟ ଦୁର୍ଦ୍ଦିନେ
ସହାୟ ହୋଇଲୁ ମାତ ଶରତ ପାର୍ବଣେ ।
କଲ୍ୟାଣୀ ଚାମୁଣ୍ଡା ସତୀ ବିମଳା ପାର୍ବତୀ
ମହାକାଳୀ ଶୂଳଧରା ଫୁଲନୀ ଜୟନ୍ତି ।
ସର୍ବ ଦେବା ଦେବୀ କଣ୍ଠେ ତୋର ନାମାବଳୀ
ବିବିଧ ନାମ ବରଣେ କଲେ ମାତ ଅଳି ।
ଈଶାନୀ ଶିବାନୀ ଶାନ୍ତା ବାଣୀ ଜ୍ୱାଳାମୁଖୀ
ମହିଷାମର୍ଦ୍ଦିନୀ ଘୋରା ପ୍ରେମା ବିଶାଳାକ୍ଷୀ ।
ବ୍ରହ୍ମା ଡାକ ଦେଲେ ମାତ ରଖ ତୋ ସନ୍ତାନ
ତୋ ଆଶିଷ ନମିଳିଲେ ନିଶ୍ଚୟ ମରଣ ।
ହୈମବତୀ ଦେବମାତା ଅନ୍ନପୂର୍ଣ୍ଣା ତାରା
ସନାତନୀ ମହାକାଳୀ ବଗଳା ତ୍ରିପୁରା ।
କାଳିକା ମଙ୍ଗଳା ଷଷ୍ଠୀ ଶ୍ୟାମା ଦକ୍ଷକନ୍ୟା
ଶାରଦା ଅମ୍ବିକା କାଳୀ ମହାମାତ୍ରା ଉମା ।
ମାତୃକା ସାବିତ୍ରୀ ଚଣ୍ଡି ହେରମ୍ବଜନନୀ
ଗିରି କନ୍ୟା ଜଗଧାତ୍ରୀ ରୁଦ୍ରାଣୀ ଶ୍ରର୍ବାଣୀ ।
ନାରାୟଣୀ ଶିବା ହିଣ୍ଡୀ କୋଟ୍ଟବୀ ଭବାନୀ
ଭାଦ୍ରରୀ ଅପର୍ଣ୍ଣା କୁଷ୍ଣା ମାଧବୀ ମୁଡାନୀ ।
ବିଧାତ୍ରୀ କୃଷ୍ଣପିଙ୍ଗଳା ଗର୍ବଙ୍ଗୀ ଚାମୁଣ୍ଡା
ଭୈରକୀ ଅନ୍ନଦା ଭୌମୀ ଧବଳା ଆନନ୍ଦା ।
ମୁଁ ଅତି ଅବୋଧ ମାତ କ୍ଷମା ଦେବୁ ମୋତେ
ଲେଖନୀ ମୁନକୁ ସାହା ଥିବୁ ଦିବା ରାତେ ।
