STORYMIRROR

Ansuman Swain

Classics

4  

Ansuman Swain

Classics

ରଥ ପଥ ଜଗନ୍ନାଥ

ରଥ ପଥ ଜଗନ୍ନାଥ

1 min
169


ଆସିଛି କାଳିଆ ଧାଇଁ ତୁମ ରଥ ପଥକୁ

ଦର୍ଶନ କରିବି ତୁମ,କଳା ଚାନ୍ଦ ମୁଖକୁ



ସୁବୁ ଥିବ ତୁମ ନାମ

      ବାଜୁ ଥିବ ବାଜଣା

ହସୁ ଥିବ ପ୍ରଭୁ ତୁମେ 

      ପିନ୍ଧି ସୁନା ଗହଣା ।(୦)



ଝୁଲି ,ଝୁଲି ଆସୁ ଥିବ 

      ସଙ୍ଗେ ଭାଇ ଭଉଣୀ

ବେନି ନେତ୍ରେ ଚାହିଁ ଥିବେ

        ତୁମ ପ୍ରିୟ ଘରଣୀ ।(୧)



ଟିପି,ଟିପି ବର୍ଷା ଟୋପା 

     ପଡୁଥିବ ଅଙ୍ଗରେ 

ବାସୁ ଥିବ ବଡ଼ ଦାଣ୍ଡ

    ଚାହିଁ ଥିବି ତତେରେ ।(୨)



ଆସିଛି କାଳିଆ ଧଇଁ ତୁମ ରଥ ପଥକୁ

ଦର୍ଶନ କରିବି ତୁମ, କଳା ଚାନ୍ଦ ମୁଖକୁ



ଗଡି, ଗଡି ଯାଉ ଥିବ

      ତୁମ ନନ୍ଦିଘୋଷ

ଆଖି ଝଲସିବ ଦେଖି 

       ତୁମ ଗଜ ବେଶ ।(୩)



ଆଗେ ବଳଭଦ୍ର ପୁଣି

      ମଧ୍ୟେ ଚାନ୍ଦ ମୁହିଁ

ହଲି ,ହଲି ଯାଉ ଥିବେ

      ମୋ କଳା ଗୋସେଇଁ ।(୪)



ଲୀଳା ମୟ ପ୍ରଭୁ ତୁମେ 

        ଜଗତେ ସୁନ୍ଦର

    ତୁମେତ କରୁଣା ମୟ

       ଅନନ୍ତ ଅପାର ।(୫)


ଆସିଛି କାଳିଆ ଧଇଁ ତୁମ ରଥ ପଥକୁ

ଦର୍ଶନ କରିବି ତୁମ କଳା ଚାନ୍ଦ ମୁଖକୁ  ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics