STORYMIRROR

Bijaya Kumar Swain

Classics

4  

Bijaya Kumar Swain

Classics

କାଳିଆ ସୁନା ମୋ.....କାଳିଆ ସୁନା

କାଳିଆ ସୁନା ମୋ.....କାଳିଆ ସୁନା

1 min
181


କାଳିଆ ସୁନା ମୋ ରଙ୍କୁଣି ଧନ

ଥରେ ନ ଦେଖିଲେ 

ତୋତେ ରେ କାଳିଆ

ବୁଝୁନି ଅବୁଝା ମନ।


ଏମିତି ସମୟ ଥିଲା ଦିନେ ଧନ

ପ୍ରତିଦିନ ଦେଖି ବିତୁ ଥିଲା ଦିନ

ବରଷେ ପୁରିଲା ପକାଇଛୁ ତାଲା

ବୁଝି ପାରୁ ନି ମୁଁ ଏକି ତୋର ଲୀଳା

ଏ ମାୟା ଶିକୁଳି ଦିଅ ଚ୍ଛିନ୍ନ କରି

ଏହି ମୋର ନିବେଦନ

ଶୁଣିବ ଚକାନୟନ।


ଏଥର ରଥରେ ଆସିବ ଗୋସାଇଁ

ବଡ଼ ଦାଣ୍ଡେ ଭକ୍ତେ ଦରଶନ ଦେଇ

ସବୁ ଦୁଃଖ ଶୋକ ମୋଚନ କରିବ

ସବୁରି ପରାଣେ ହରଷ ଭରିବ

ଜଗନ୍ନାଥ ନାମ କରିବ ସାର୍ଥକ

ଏହି ମୋର ନିବେଦନ

ଶୁଣିବ ଚକାନୟନ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics