ଝିଅ ଟିଏ ନୁହେଁ ଘରର ଅଳିଆ
ଝିଅ ଟିଏ ନୁହେଁ ଘରର ଅଳିଆ
ସୁsଝିଅଟିଏ ନୁହେଁ ଘରର ଅଳିଆ
ସେତ ମଧୁଝରା ବାସ
ଫୁଟିବା ଆଗରୁ ପକ୍ଷ ତା ଛେଦନା
କର ନାହିଁ ତାକୁ ନାଶ ।
ଝିଅ ହସିଦେଲେ ଘର ଅଗଣାଟି
ମହ ମହ ହୋଇ ବାସେ
ତା'ପ୍ରୀତିର ସେହି ଲାଳିତ୍ୟ ମାଧୁରୀ
ସଭିଙ୍କର ମନ ତୋଷେ ।
ଆମ ରକ୍ତ ମାଂସେ ଗଢା ପରା ସିଏ
ଆମ ହୃଦୟର ଅଂଶ
ନିଜେ ସେ ହସିବ ହସାଇ ଆମକୁ
ଦିନେ ରଖିବ ଆମର ଯଶ ।
ଝିଅଟିଏ ସିଏ ତାକୁ ବଢିବାକୁ ଦିଅ
ଅଳିଆ ଭାବନି ତାକୁ
ଭରସାର ହାତ ରଖ ତା'ଉପରେ
ନିଜେ ସେ ଉଡ଼ିବା ଶିଖୁ ।
ଭରସାର ଛତା ରହିଲେ ଉପରେ
ବଢିବ ତା' ବୁଝିବା ଶକ୍ତି
ଅମୃତ ସନ୍ତାନ ଅଟେ ପରା ସିଏ
ତା'ବିନା ସମ୍ଭ
ବ ନୁହଁଇ ସୃଷ୍ଟି ।
ଝିଅ ଅଛି ଭଗ୍ନି ଅଛି
ହେବ ବି ପ୍ରେମିକା
ଦୂର ଗଗନକୁ ଛୁଇଁବ ଦିନେ
ମନରେ ତା ନଥିବ ଆଶଙ୍କା ।
ଡେଣା ଝାଡି ଉଡୁ ସିଏ
ହୋଇକି ଚପଳା
ଦୁନିଆକୁ ଦେଖୁ ପରଖୁ ସେ
ବାଟେ ତାର କଣ୍ଟା ଥିଲେ କାଢ଼ିଦିଅ
ହୃଦୟରେ ସାହସର ବୀଜ ଦିଅ ଭରି ।
ସମୟ ଆସିବ ଦିନେ
ପ୍ରିୟତମା ସାଜି ସିଏ
କରିବ ଅଳିଆକୁ ସଫା
ଘରକୁ ଗଢି ତୋଳିବ ସିଏ
ଦେଇ ତା'ର ହୃଦୟ ମୁକୁତା ।
ସେ ଝିଅଟିଏ ସତ
ହେଲେ କେବେ ଅଳିଆ ନୁହଁଇ
ଥରେ ତାକୁ ଉଡିବାକୁ ଦିଅ
ଉଡୁ ସିଏ ଯେତେ ଇଚ୍ଛା ତାର
ସେ ପରା ହେବ ଧରୋହର
ଆମ ଆଗମୀ ପୀଢିର..।