ଝିଅ ଜନମ
ଝିଅ ଜନମ
କିରେ ମାନବ
କାହା ପାଇଁ ଆଜି ମାନୁଅଛୁ ତୁହି
ବିଶ୍ଵ ମହିଳା ଦିବସ ।
ଝିଅ ଜନମରେ ଖୁସି ନାହିଁ କିଏ
ଦେଖୁଛ ପୁଅ ସପନ
ଭୋଗ ବିଲାସରେ ସେଇ ପୁରୁଷ ବି
ହଜାଏ ମାନ ସମ୍ମାନ ।
ପୁଅ ଜନମ ବି ନାରୀ ହିଁ କରୁଛି
ତଥାପି ବି ନାରୀ ହୀନ
ଘରକୁ ଗଢ଼ିସେ ମନ୍ଦିର କରିଣ
ପାଉଥାଏ ଅପମାନ ।
ବୃତ୍ତି ର ଆଶାରେ ଆଗକୁ ବଢ଼ି ସେ
କାଢେ ଘରୁ ଗୋଡ଼ ଯେବେ
ସମାଜ ମଧ୍ୟର କାପୁରୁଷ ସବୁ
ବିଭତ୍ସ କରାନ୍ତି ତେବେ ।
ରଜନୀ ସମୟେ କୌଣସି ବିଷୟେ
ନାରୀ ଘରରୁ ବାହାରେ
ମନବ ରାକ୍ଷସ ସୋଷିବାକୁ ତାଙ୍କୁ
ନିର୍ଦୟାରେ ପିଛା କରେ ।
କୌଣସି କାମରେ ଅଫିସ୍ ଭିତରେ
ଯୋଗଦାନ ଯଦି କରେ
ବଡ଼ ସାହେବ ପ୍ରଲୋଭନ ଦେଖାଇ
ଜୋରଜବରଦସ୍ତି କରେ ।
କେବେ ଝିଅ ବୋଲି ଚାରି କାନ୍ଥ ମଧ୍ୟେ
ବନ୍ଧା ହୋଇ ସେ ରହଇ
କେବେ ବୋହୂ ହୋଇ ଓଢଣା ତଳରେ
ନିଜ ମୁହଁ କୁ ଲୁଚେଇ ।
କେବେ ପତ୍ନୀ ହୋଇ ପତି ସେବା ମଧ୍ୟେ
ସମୟକୁ ଦିଏ ଢ଼ାଳି
ମାଆ ହୋଇ ଦିନେ ସବୁ ଭୁଲି ଯାଏ
ଦେଇ ନିଜ ଶ୍ରଦ୍ଧାଞ୍ଜଳି ।
